ଭିଜିଲାନ୍ସ ଜାଲରେ ଆରଆଇ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଜସ୍ୱ ନୀରିକ୍ଷକ। ଏକ ମ୍ୟୁଟେସନ କେଶରେ ରିପୋର୍ଟ ପ୍ରଦାନ ନିମନ୍ତେ ଆର.ଇ. ୫ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ତହସିଲ ଅଧିନ କାଉପଡା ରାଜସ୍ୱ ସର୍କଲ ଅଧିନରେ ଜଣେ ବ୍ୟକ୍ତି ଅନ୍ୟଦୁଇଜଣଙ୍କ ଠାରୁ ଏକ ଜମି କିଣିଥିବା ବେଳେ ସେହି ଜମିକୁ ତାଙ୍କ ନାମରେ ରେକର୍ଡ କରାଇବା ଉଦେଶ୍ୟରେ ଡେରାବିଶ ତହସିଲରେ ଏକ ମ୍ୟୁଟେସନ କେଶ ଦାୟର କରିଥିଲେ। ସେହି କେଶର ରିପୋର୍ଟ ଆବେଦନକାରୀଙ୍କ ସପକ୍ଷରେ ଦେବାକୁ କାଉପଡା ଆର.ଇ. ୬ହଜାର ଟଙ୍କା ଦାବି କରିଥିଲେ। ଏଥିରେ ଦରଖାସ୍ତକାରୀ ଅରାଜି ହେବାରୁ ଆରଇ ତାହାକୁ ୫ହଜାର ୫ଶହଟଙ୍କାକୁ କମାଇ ଦେଇଥିଲେ। ଏହାପରେ ଆବେଦନକାରୀ ଏସମ୍ପର୍କରେ କଟକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ କେଶ ନମ୍ବର ୨୭/୨୦୨୬ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି କାଉପଡା ଆରଇ ସାଇଦର୍ଶିନୀ ଲେଙ୍କା ୫ହଜାର ୫ଶହ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ଆରଇ ଶ୍ରୀମତୀ ଲେଙ୍କାଙ୍କ ପାଖରୁ ସାଖିଙ୍କ ଉପସ୍ଥିତିରେ ୫ହଜାର ୫ଶହ ଟଙ୍କା ଜବତ କରାଯିବା ସହ ଭିଜିଲାନ୍ସ ଅଧିକାରୀ ଆରଇ ଶ୍ରୀମତୀ ଲେଙ୍କାଙ୍କୁ କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନେଇଯାଇଥିବା ବେଳେ ସେଠାରେ ତାଙ୍କୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ