ହଂସତୁଳୀ ଠାରେ ହରିହରାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ହଂସତୁଳୀ ଗ୍ରାମରେ ହରିହରାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ସହମନ୍ଦିର ପାର୍ଶ୍ୱ ଦେବତା ପ୍ରତିଷ୍ଠା ଆଦି ଆରମ୍ଭ ହୋଇଯାଇଛି। ଏହା ଦୀର୍ଘ ୭ ଦିନ ବ୍ୟାପୀ ଚାଲିବ। ଉକ୍ତ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରେ ପ୍ରତିଷ୍ଠା ମହୋତ୍ସବ ବିଧି କ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ନିରାମିଷ ଭକ୍ଷଣ କରି ପ୍ରତି ଘର ସମ୍ଭୁଖରେ ଲିପା ପୋଛା କରି ସୁସଜ୍ଜିତ ବର୍ଦ୍ଧନି କଳସ ଧୂପ,ଦୀପ ସହ ସଜେଇ ରଖାଜିଛି। ଏହି ପ୍ରତିଷ୍ଠା ଉତ୍ସବ ୨୯ ଅପ୍ରେଲ ଠାରୁ ଆରମ୍ଭ ହୋଇ ୫ ଅପ୍ରେଲ ଯାଏଁ ଚାଲିବ। ଏହାସହ ଘୃତ ଯଜ୍ଞ,ନାମ ଯଜ୍ଞ, ଅନ୍ନ ଓ ଗୋ ଯଜ୍ଞ ମଧ୍ୟ ଚାଲୁରହିଛି। କର୍ମକାଣ୍ଡ ବିଶାରଦ ଶ୍ରୀଯୁକ୍ତ ବିରୁପାକ୍ଷ ଦାଶ ଶର୍ମା ତଥା ପୁରୋହିତ ମାନଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଅଙ୍କୁରାରୋପଣ ଓ ଦୀକ୍ଷା ଗ୍ରହଣ,ଦ୍ୱିତୀୟ ଦିନରେ ନାମଯଜ୍ଞ ଆରମ୍ଭ, ରତ୍ନମୁଦ୍ରା, ତୃତୀୟ ଦିନରେ ଦିନରେ ଜଳଯାତ୍ରା ଓ ବ୍ରାହ୍ମଣ ବରଣ ସହ ୧୦୭ ସନ୍ଥ ମହନ୍ତଙ୍କ ସମ୍ମିଳନୀ,ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା ଶାଲା ପୂଜା ଆଦି ପଞ୍ଚମ ଦିନରେ ଦେବତା ଅଧିବାସ, ମହାସ୍ନାନ ଏହିଭଳି ଭାବେ ୫ ଅପ୍ରେଲ ରେ ପୂର୍ଣାହୂତି ଆଦି କାର୍ଯ୍ୟକ୍ରମ ମାନ ରହିଛି।ପ୍ରତେକ ଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଏଥିସହ ମୀନା ବଜାରରେ ବୁଲିବା ସହ ଛୋଟ ଛୁଆଙ୍କ ଠୁ ଆରମ୍ଭ କରି ବଡ଼ ଲୋକଙ୍କ ପଯ୍ୟନ୍ତ ଦୋଳିରେ ବସିବାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ରହିଛି। ଦୁଇଦିନ ମଧ୍ୟରେ ଅନେକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ବେଳେ ଅନ୍ନ ପ୍ରସାଦ ସେବନ କରି ସମସ୍ତେ ଘରକୁ ଫେରୁଛନ୍ତି। ପୂର୍ଣାହୂତି ଯାଏଁ କିଭଳି ସୁରୁଖୁରୁରେ ଯଜ୍ଞ ସମାପନ ହେବ ତାହାକୁ ନେଇ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି ।


