ହାଇଦ୍ରାବାଦର ଭାରତ ବାୟୋଟେକ କାର୍ଯ୍ୟାଳୟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ପାଇଁ ଟୀକା ବିକାଶ ଓ ଉତ୍ପାଦନ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ଲାଗି ତିନୋଟି ସହର ଗସ୍ତ କରିବାର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ କାର୍ଯ୍ୟାଳୟରେ ସେମାନଙ୍କର ସ୍ୱଦେଶୀ କୋଭିଡ-୧୯ ଟୀକା ବିଷୟରେ ଜାଣିବାକୁ ପାଇଲି । ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି ।”ଏଥିପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦଠାରେ ଥିବା ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ