ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କଲେ ୯୭ ମ୍ୟାଟ୍ରିକ ବ୍ୟାଚ ପୂର୍ବତନ ଛାତ୍ର
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ଉଚ୍ଚ ବିଦ୍ୟାଳୟ ରେ ପାନୀୟ ଜଳ ର ଘୋର ଅଭାବ କୁ ଲକ୍ଷକରି ,କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ର ୯୭ ମସିହା ବ୍ୟାଚ ର ପୂର୍ବତନ ଛାତ୍ର ମାନେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ଯାହା ଅଞ୍ଚଳରେ ସେମାନଙ୍କୁ ଉଚ୍ଚ ପ୍ରଶଂସିତ କରିପାରିଛି।ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ପାନୀୟ ଜଳର ଅଭାବ କୁ ଦୂରକରିବାକୁ ଯାଇ ୯୭ବ୍ୟାଚ ର ସମସ୍ତ ବନ୍ଧୁ ମିଶି ନିଜସ୍ୱ ଉଦ୍ୟମ ତଥା ନିଜସ୍ୱ ପାଣ୍ଠି କୁ ଉପଯୋଗ କରି ବିଦ୍ୟାଳୟ ପରିସରରେ ଏକ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ର ନିର୍ମାଣ କରାଇଛନ୍ତି।ବ୍ୟାଚ ର ସମସ୍ତ ବନ୍ଧୁ ଙ୍କ ତଦାରଖ ରେ ନିର୍ମିତ ଏହି ପ୍ରକଳ୍ପ ର ଉଦ୍ଘାଟନ ଅବସରରେ ପୂର୍ବତନ ଛାତ୍ର ମାନେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ନାରାୟଣ ରାଉତ,ଅବସରପ୍ରା ଶିକ୍ଷକ ଶ୍ରୀଯୁକ୍ତ କୂଳମଣୀ ବାରିକ,ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର ,ଶୀକ୍ଷୟୀତ୍ରୀ ଶ୍ରୀମତୀ ବୀମଳା ମହାନ୍ତ ପ୍ରମୁଖ ଙ୍କୁ ଅଙ୍ଗବସ୍ତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।ପରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ବିଧିବଦ୍ଧ ଭାବେ ପୂଜାର୍ଚନା କରି ଫିତା କାଟି ପାନୀୟ ଜଳଜନ୍ତ୍ର କୁ ଉଦଘାଟନ କରିଥିଲେ।ଏପରି ଏକ ମହତ ପଦକ୍ଷେପକୁ ପ୍ରଶଂସା କରି ସମ୍ମାନିତ ଶିକ୍ଷକ, ଶିକ୍ଷୟତ୍ରୀ ବ୍ୟାଚର ସମସ୍ତ ଛାତ୍ର ଙ୍କୁ ହୃଦୟର ସହ ଗଭୀର ଆଶିର୍ବାଦ ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତ ଏବଂ ପରିବାର ର ସୁଖ ସମୃଦ୍ଧି ର ଅଶେଷ କାମନା ବ୍ୟକ୍ତ କରିଥିଲେ।ଛାତ୍ର ମାନଙ୍କ ପକ୍ଷରୁ ଶ୍ରୀ ସ୍ୱରୂପ ଶଡଙ୍ଗୀ ଉପସ୍ଥିତ ସମସ୍ତ ଗୁରୁଜନଙ୍କୁ ପ୍ରଣାମ ଜଣାଇ ଆଗାମୀ ଦିନରେ ଏଇଭଳି କିଛି ମହତ ଉଦ୍ଦେଶ୍ୟ କୁ ଫଳପ୍ରଦ କରିବା ର ଇଚ୍ଛା ଓ ସାମର୍ଥ୍ୟ ର କାମନା ନେଇ ଆଶିର୍ବାଦ ଭିକ୍ଷା କରିଥିଲେ।ପୂର୍ବ ସ୍ମୃତି କୁ ଉଜ୍ଜୀବିତ ରଖିବା ଅଭିପ୍ରାୟ ନେଇ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ଛାତ୍ରମାନେ ବୃକ୍ଷ ରୋପଣ ମଧ୍ୟ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ପରିବେଶକୁ ବେଶ ଉତ୍ସବମୁଖର କରିତୋଳିଥିବା ପରିଲକ୍ଷିତ ହୋଇଥିଲା।ଶେଷରେ ସମସ୍ତ ୯୭ବ୍ୟାଚ ର ଛାତ୍ର ମାନଙ୍କ ଦ୍ଵାରା ସମସ୍ତ ଛାତ୍ରଛାତ୍ରୀ ଙ୍କୁ କଲମ,ମାସ୍କ ଏବଂ କିଛି ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ତେବେ ଏପରି ଏକ କାର୍ଯ୍ୟ କୁ ସହରବାସୀ ଭୂୟଷୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।


