ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ /ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ଼ କୋଦଣ୍ଡl ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଧେଶକ୍ରମେ ଅଭିଭାବକ ଓ ଶିକ୍ଷକ /ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ଜଗବନ୍ଧୁ ଜେନା, ସି. ଆର. ସି. ସି ମୋହନ ସାହୁ ଯୋଗଦେଇ ଷଷ୍ଠ ରୁ ଦଶମ ର ବେସ ଲାଇନ ଟେଷ୍ଟ, ନବମ ଓ ଦଶମ ପରୀକ୍ଷା ପ୍ରଣାଳୀ ସହ ସ୍ମାର୍ଟ କ୍ଳlସ ର ଉପାଦେୟତା ଉପରେ ଆଲୋକପାତ କରିଥିଲେ l ବିଶେଷ କରି କୋଭିଡ ନୀୟମ ଓ ପାଳନ ଉପରେ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ଅଭିଭାବକ ଙ୍କ ମଧ୍ୟରୁ ଜଣେ ମହିଳା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ପରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ପ୍ରାରଂଭିକ ସଂଗୀତ ଗାନ କରିଥିଲେ l ଏହାପରେ ପ୍ରଧାନଶିକ୍ଷକ ବୈଠକ ର ଉଦେଶ୍ୟ ଜ୍ଞାପନ କରିଥିଲେ l ଶିକ୍ଷୟିତ୍ରୀ ଅନିମା ମିଶ୍ର ଓ ଶିକ୍ଷକ ସାଜନ ସ୍ୱାଇଁ ପରୀକ୍ଷା ପ୍ରଣାଳୀ ଉପରେ ପ୍ରାଞ୍ଜଳ ଭାବେ କହିବା ଉପରେ ପ୍ରଶ୍ନ ଉତ୍ତର ହୋଇଥିଲା l ବୈଠକ ରେ ପ୍ରାୟ ଏକଶହ ଅଭିଭାବକ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିବା ବେଳେ ଶିକ୍ଷକ ରାମ ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l


