ହିଞ୍ଜିଳିକାଟୁ ପୌରାଂଚଳର ୧୭୦ ଉଠା ଦୋକାନୀଙ୍କୁ ମିଳିବ ସହାୟତା ରାଶି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଆତଙ୍କ ଦେଖାଦେଇଛି । ଏଥି ସକାଶେ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃୟାରୀ ୨୨ ତାରିଖ ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଲକଡ଼ାଉନ ଯୋଗୁଁ ପୌରାଂଚଳରେ ଗଢି ଉଠିଥିବା ଉଠା ଦୋକାନ ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଫଳରେ ସେମାନଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପକାଇଛି । ତେଣୁ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଯେଉଁ ଉଠାଦେକାନୀ ପୌର କାର୍ଯ୍ୟାଳୟରେ ପଂଜିକରଣ କରିଥିବେ, ସେମାନଙ୍କୁ ପ୍ରଶାସନ ପକ୍ଷରୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ପଂଜିକରଣ କରିଥିବା ଉଠା ଦେକାନୀ ମାଲିକଙ୍କ ବ୍ୟାଙ୍କ ଏକାଂଉଟ ନମ୍ବରରେ ଉକ୍ତ ସହାୟତା ରାଶି ପଠାଯିବ ବୋଲି ଜଣାପଡ଼ିଛି । ହିଂଜିଳିକାଟୁ ପୌରାଂଚଳର ୧୭୦ ଉଠଦୋକାନୀକୁ ସହାୟତା ରାଶି ମଳିବ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । ଅନ୍ୟପକ୍ଷରେ ହିଂଜିଳିକାଟୁ ପୌରାଂଚଳରେ ୩ଶହରୁ ଉର୍ଦ୍ଧ୍ୱ ଉଠାଦୋକାନୀ ପ୍ରତ୍ୟେହ ବ୍ୟବସାୟ କରି ଆସୁଥିବା ବେଳେ ମାତ୍ର ୧୭୦ ଉଠାଦୋକାନୀଙ୍କୁ ସହାୟତା ରାଶି ମିଳିବ ବୋଲି ଜଣାପଡ଼ିବା ପରେ କେଉଁ ଉଠାଦୋକାନୀଙ୍କୁ ମିଳିବ କାହାକୁ ମିଳିବ ନାହିଁ , ଏ ନେଇ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ଉଠାଦୋକାନୀ ମାଲିକ କାହାକୁ ସହାୟତା ରାଶି ମଳିବ ବୋଲି ପୌର କାର୍ଯ୍ୟାଳୟର କର୍ମଚାରୀଙ୍କୁ ପଚାରୁଥିବାର ଦେଖିବାକୁ ମିଳିଛି । ପୌର କାର୍ଯ୍ୟାଳୟ ପକ୍ଷରୁ ଯେଉଁ ଉଠାଦୋକାନୀ ମାଲିକଙ୍କୁ ଫୋନ କରାଯାଉଛି, ସେହି ଉଠାଦୋକାନୀ ମାଲିକଙ୍କୁ ହିଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଉଥିବା ଜଣାପଡ଼ିଛି । ଯେଉଁ ଯେଉଁ ଉଠାଦୋକାନୀ ମାଲିକଙ୍କୁ ଫୋନ କରାଯାଇନାହିଁ, ଲକଡ଼ାଉନ ସରିବା ପରେ ଉଠାଦୋକାନୀ ମାଲିକ ମାନେ ବେପାର ବଣିଜ ଆରମ୍ଭ କରିବା ପରେ ଯଦି କୌଣସି ପୌର କର୍ମଚାରୀ ଟିକସ (ଦୈନିକ ପାନୁ) ଆଦାୟ କରିବାକୁ ଆସନ୍ତି, ତେବେ ସେହି ସମୟରେ ଉଚିତ ଜାବାବ ଦିଆଯିବ ବୋଲି କିଛି ଉଠାଦୋକାନୀ ମାଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ