ହିଞ୍ଜିଳି ବ୍ଳକର ବହୁ ପଂଚାୟତରେ ବିଭିନ୍ନ କାର୍ଯ୍ୟର ତଦାରଖ କଲେ ଉପ ଜିଲ୍ଲାପାଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଂଜାମ ଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଶନିବାର ହିଂଜିଳି ଗ୍ରସ୍ତରେ ଆସି ବହୁ ପଂଚାତରେ ପଂହଚି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଉପ ଜିଲ୍ଲାପାଳ ପୃଷ୍ଟି ସ୍ଥାନୀୟ ବ୍ଳକ ବେଲଗାଁ ଗ୍ରାମ ପଂଚାୟତରେ ପହଂଚି ସଂପୃକ୍ତ ପଂଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ବାର୍ଦ୍ଧ୍ୟକ ଭତା ଓ ନିର୍ମାଣ ଶ୍ରମିକଙ୍କୁ ପାରିଶ୍ରମିକ ଅର୍ଥରାଶି ବଂଟନ କାର୍ଯ୍ୟର ତଦାରଖ କରିଥିଲେ । ମୋଟ ୯୭ ନିର୍ମାଣ ଶ୍ରମିକଙ୍କୁ ପାରିଶ୍ରମିକ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗଂଜାମ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ନିୟୋଜିତ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ନିର୍ଦ୍ଧାରିତ ଫର୍ମରେ ସମସ୍ତ ବିଷୟ ସଠିକ୍ ଭାବେ ଲପିବଦ୍ଧ କରିଛନ୍ତି କି ନାହିଁ ତଦାରଖ କରିବା ସହ କିଛି ବ୍ୟକ୍ତିଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ବ୍ଳକ ଗଣ୍ଡଳା, ଦୁର୍ବନ୍ଧ ପଂଚାୟତକୁ ଯାଇ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସଂପୃକ୍ତ ପଂଚାୟତରେ ହୋଇଥିବା ଆଇସୋଲେସନ କେନ୍ଦ୍ର ବୁଲି ଦେଖଥିଲେ । ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ବେଲଗାଁ ସରଂପଚ ତ୍ରିନାଥ ପାଣିଗ୍ରାହୀ, ଗଣ୍ଡଳା ସରଂପଚ ଗୌରୀ ସାହୁ, ପିଇଓ ଭି. ହରି, ସୁଧାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ