ହିଞ୍ଜିଳିରୁ ପରିବା ଭୁବନେଶ୍ବର ପଠାଇବା ପାଇଁ ଉପଜିଲ୍ଲାପାଳଙ୍କ ପ୍ରୟାସ

ଛତ୍ରପୁର,ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ୍ ଅଞ୍ଚଳରେ ପରିବା ଉତ୍ପନ୍ନ ର ସୁଖ୍ୟାତି ଅଛି । ଲକ୍ ଡାଉନ୍ ହେତୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା ବିକ୍ରି କରିବା କଷ୍ଟକର ହେଉଥିବାରୁ ଏହାକୁ ଭୁବନେଶ୍ବର ପଠାଇବା ପାଇଁ ବିହିତ ବ୍ୟବସ୍ଥା କରିବାକୁ ସ୍ତାନୀୟ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଉପଜିଲ୍ଲାପାଳ କହିଛନ୍ତି।ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ହିଞ୍ଜିଳି ବ୍ଳକ୍ ଗସ୍ତ କରି ନନ୍ଦିକ ଠାରେ ମା ସିଂହ ବାହିନୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ମାସ୍କ ଅନୁଧ୍ୟାନ କରୁଥିଲେ । ଏହାର ସୁଚାରୁ ବିକ୍ରୟ ପାଇଁ ସମନ୍ବୀତ ଶିଶୁ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବଡଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପରିବେଷଣ କରୁଥିବା ରନ୍ଧା ଖାଦ୍ୟର ଗୁଣାତ୍ମକ ମାନ ଯାଂଚ୍ କରିବା ସହିତ ହିତାଧିକାରୀ ମାନଙ୍କୁ ଗୁଣବତ୍ତା ବିଷୟରେ ପଚାରି ବୁଝିଥିଲେ। ବେଲ ଗାଁ ଠାରେ ଘରଘର ବୁଲି ହେଉଥିବା ସ୍ବାସ୍ଥ୍ୟଯାଂଚ୍ କାର୍ଯ୍ୟକ୍ରମରେ କର୍ମଚାରୀ ମାନଙ୍କର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ।ଗଣ୍ଡଳା ଠାରେ କରୋନା ପାଇଁ ହୋଇଥିବା ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଉପ ଜିଲ୍ଲାପାଳ ବୁଲି ଦେଖିଥିଲେ। ମଧ୍ୟାହ୍ନରେ ହିଞ୍ଜିଳି ବ୍ଲକ୍ ରେ ଅନୁଷ୍ଠିତ ସମୀକ୍ଷା କାର୍ଯ୍ୟ କ୍ରମରେ ଉପ ଜିଲ୍ଲାପାଳ ଚାଷୀଙ୍କ ଅଭାବୀ ବିକ୍ରିକୁ ପ୍ରତିହତ କରିବାପାଇଁ ସୁବ୍ୟବସ୍ଥା କରିବାକୁ କହିଥିଲେ । ହିଞ୍ଜିଳିର ପନିପରିବାକୁ ବ୍ରହ୍ମପୁର ଏବଂ ଭୁବନେଶ୍ବରକୁ ଚାଲାଣ କରାଯିବ।ସଂପୃକ୍ତ ଚାଷୀଙ୍କ ଗାଡିକୁ ଅନୁମତି ପତ୍ର ଦିଆଯିବ।କୃଷି ବିଭାଗ ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀ ପ୍ରତ୍ୟେକ ଗ୍ରାମ ସହିତ ଯୋଗାଯୋଗ ରଖି ଚାଷୀ ମାନଙ୍କୁ ଉତ୍ସାହିତ କରିବେ।ସ୍ଥାନୀୟ ବ୍ଲକ୍ ଉନ୍ନୟନ ଅଧିକାରୀ ମଧ୍ୟ ଚାଷୀଙ୍କ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦେବେ।ଲକ୍ ଡାଉନ୍ ନିୟମର କୌଣସି ବ୍ୟତିକ୍ରମ ନ ହେବାପାଇଁ ଉପଜିଲ୍ଲାପାଳ ସୂଚାଇ ଦେଇଥିଲେ।ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ପ୍ରତ୍ୟହ ଖାଇବାକୁ ଦେବାପାଇଁ କୁହାଯାଇଥିଲା।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ସ୍ଥାନୀୟ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ