ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା

ହିଞ୍ଜିଳିକାଟୁ, (ୱାଇଏନଏସ):ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଶନିବାର ସ୍ଥାନୀୟ ପୌରଂଚଳବାସୀଙ୍କୁ କରୋନା ସଚେତନତା ସକାଶେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ପ୍ଲାକାର୍ଡ଼ ଧରି ଓ ସ୍ଳୋଗାନ ନେଇ ନିଜକୁ ସୁରକ୍ଷିତ ରଖିବା ପାଇଁ ନଗର ପରିକ୍ରମା କରିଥିଲେ । ସାମାଜିକ ଦୂରତ୍ୱ ରକ୍ଷା ପାଳନ ସହ ବାହାରେ ଛେପ ନପକାଇବା, ମାସ୍କ ବ୍ୟବହାର, ଆଖି,କାନ ନାକକୁ ବାରମ୍ବାର ସ୍ପର୍ଶ ନକରିବା, ହାତକୁ ବାରମ୍ବାର ସାବୁନ କିମ୍ବା ହେଣ୍ଡୱାସ୍‌ରେ ଧୋଇବା ଓ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ସହ କରୋନା ସଂକ୍ରମଣ ଭୁତାଣୁ ଠାରୁ ନିଜକୁ ସୁରକ୍ଷିତ ରଖିବା ସମସ୍ତ ନିୟମ ମାନି ଚଳିବା ପାଇଁ ସହରବାସୀଙ୍କୁ ନିବେଦନ କରିବା ସହ ଜନ ସଚେତନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଏସଆଇ ମମତା ସମାନ୍ତରା, ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ଶରତ ମହାପାତ୍ରଙ୍କ ସମେତସମସ୍ତ ପୁଲିସ କର୍ମଚାରୀ ଉକ୍ତ ଶେଭାଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ