ହିରୋ କ୍ୟାମ୍ପସ ଚ୍ୟାଲେଞ୍ଜ- ୫ରେ ଆଇଆଇଟି ମାଡ୍ରାସ ଏବଂ ଏକ୍ସଏଲଆରଆଇ ଜାମସେଦପୁର ବିଜୟୀ
ବିଶ୍ୱର ବୃହତମ ଦୁଇ ଚକିଆ ବିନିର୍ମାତା ହିରୋ ମୋଟୋକର୍ପର ଏକ ପ୍ରାରମ୍ଭ, ହିରୋ କ୍ୟାମ୍ପସ ଚ୍ୟାଲେଞ୍ଜ (ଏଚ୍ସିସି) ର ପଂଚମ ଋତୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସ ଜାଭିଅର ସ୍କୁଲ ଅଫ ମ୍ୟାନେଜମେଂଟ (ଏକ୍ସଏଲଆରଆଇ), ଯଥାକ୍ରମେ ଇଞ୍ଜିନୀୟରିଙ୍ଗ ଏବଂ ବି-ସ୍କୁଲ ବର୍ଗରେ ବିଜୟୀ ହୋଇଛନ୍ତି । ଉଭୟ ବିଜେତା ଟିମ ୨ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ପାଇଥିବା ବେଳେ ଦୁଇ ଉପବିଜେତା ଟିମ ୧ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ପାଇଥିଲେ । ହିରୋ ମୋଟୋକର୍ପରେ ଏଚ୍ସିସି- ଋତୁ ୫ର ସମସ୍ତ ୩୦ ବ୍ୟକ୍ତିଗତ ଫାଇନାଲିଷ୍ଟଙ୍କୁ ପ୍ରି-ପ୍ଲେସମେଂଟ ସାକ୍ଷାତକାର ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୦୧୯ରେ ଏହା ଲଂଚ ହେବା ବେଳେ ଉଭୟ ବି- ସ୍କୁଲ ଏବଂ ଇଞ୍ଜିନୀୟରିଙ୍ଗ ମହାବିଦ୍ୟାଳୟରୁ ୩୨,୧୫୨ ଛାତ୍ରଙ୍କ (୧୦,୭୧୭ ଟିମ) ଠାରୁ ହିରୋ କ୍ୟାମ୍ପସ ଚ୍ୟାଲେଞ୍ଜ ଋତୁ ୫ ରେକର୍ଡ-ବ୍ରେକ କରିବା ପଞ୍ଜିକରଣ ପ୍ରାପ୍ତ କରିଥିଲା । ବିଗତ ଚାରି ମାସ ଧରି ସମସ୍ତ ଟିମ ବିବିଧ ମୂଲ୍ୟାୟନ ରାଉଣ୍ଡ ମଧ୍ୟରେ ଗତି କରିଥିଲା । ଟିମ ଗୁଡିକର ମୌଳିକ ଡୋମେଇନ ଜ୍ଞାନ ଯାଂଚ କରିବା ପାଇଁ ଅନଲାଇନ ମୂଲ୍ୟାୟନର ପ୍ରଥମ ରାଉଣ୍ଡ ଦ୍ୱାରା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ତାପରେ ଏକ ଆଇଡିଆ ଏଲଭେଇଟର ପିଚ ରାଉଣ୍ଡ ହୋଇଥିଲା ଯେଉଁଥିରେ ଚୟନ ହୋଇଥିବା ୧,୦୯୨ ଟିମ ସେମାନଙ୍କର ସମାଧାନର ଉପସ୍ଥାପନ କରିବାକୁ ଥିଲା । ତାପରେ ଛାତ୍ରମାନେ ଭର୍ଚୁଆଲ ପ୍ରେଜେଂଟେସନ ରାଉଣ୍ଡକୁ ଯାଇଥିଲେ ଯେଉଁଠି ଜୁରୀମାନଙ୍କୁ ସର୍ଟଲିଷ୍ଟ ହୋଇଥିବା ୮୦ଟି ଟିମ ସେମାନଙ୍କର ସବିଶେଷ ହୋଇଥିବା ବିଚାର ଉପସ୍ଥାପନ କରିଥିଲେ । ଶେଷରେ ଗ୍ରାଣ୍ଡ ଫିନାଲି ପାଇଁ କେବଳ ୧୦ଟି ଟିମ ଯୋଗ୍ୟତା ଅର୍ଜନ କରିଥିଲେ । ଫିନାଲି ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହିରୋ ମୋଟୋକର୍ପର ଏକ ବରିଷ୍ଠ ନେତୃତ୍ୱ ଟିମ ସହିତ ସମସ୍ତ ଫାଇନାଲିଷ୍ଟ ଏକକ ବ୍ୟାପକ ମେଂଟରସିପ ଅବଧିରେ ଅଂଶଗ୍ରହଣ କଲେ । ଭାଗ ହେଉଥିବା ଗତିଶୀଳ ସ୍ପେସରେ ନିରନ୍ତରତା ଆଣିବା ଏବଂ ବର୍ତମାନର ସଂଚାଳନ ଗୁଡିକରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ସର୍ବାଧିକ ବ୍ୟବହାର ଉପରେ ସମସ୍ତ ଅବଧାରଣା କେନ୍ଦ୍ରିତ ଥିଲା ।


