ନବ ବର୍ଷରେ ହଜିଯାଇଛି ମୋ ଓଡିଶା

ନଭଶ୍ଚୁମ୍ବୀ ଗଗନର ପ୍ରସାରଣ, ଧରା ପୃଷ୍ଠରେ ପର୍ବତମାଳାର ଶିଖରରୁ କୁଳୁକୁଳୁ ନାଦରେ ପ୍ରବାହିତ ଝରଣାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ । ସେହି ଦେଶର ପ୍ରାଙ୍ଗଣରେ ଉତ୍ସବ ମୁଖ ରେ ଅତିକ୍ରା” କରିଛି, ‘ନବବର୍ଷ’ । ପାହାଚ ପରେ ପାହାଚ ଅତିକ୍ରାନ୍ତ କରି ମୋ ଦେଶ ପହଞ୍ôଚଛି ଆଜି ୨୦୨୦ ଦଶନ୍ଧିର ସୋପାନରେ । ନାଚ, ଗୀତ, ଉତ୍ସବ ମୁଖର ହୋଇ ବସୁଧା ଉତ୍‌ଫୁଲ୍ଲିତ ହେଉଥିଲା । ପାଶ୍ଚାତ୍ୟ ସଭ୍ୟତାର ଆଗମନ ବା ତାକୁ ଅନୁକରଣ କରି ଆଧୁନୀକରଣ ବଳରେ ଓଡିଶା ମାଟି ଯେଉଁ ଶାଣରେ ଆଚ୍ଛାଦିତ ହୋଇଛି, ତାହାକୁ କଳ୍ପନା କରିବା ମଧ୍ୟ ଲୋମହର୍ଷକ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଉଦ୍ଭାବନ ହେଉଥିବା ବିଭିନ୍ନ ରକମର ନବଜୀବନକୁ ପଖାଳ କଂସାରୁ ଛଡାଇ ନେଇ ବଡ ବଡ ତାରକା ହୋଟେଲରେ ବନ୍ଦୀ କରିଦେଇଛି ବିଭିନ୍ନ ସୁସଜ୍ଜିତ ସାମଗ୍ରୀ ଓ ଥଣ୍ଡା ପାନୀୟ ମଧ୍ୟରେ । ବର୍ତ୍ତମାନର ନବବର୍ଷ ପାଳନ ଯୁବଗୋଷ୍ଠୀଙ୍କ ମନରେ ସାଗରରେ ତରଙ୍ଗ ଖୋଲିଲା ଭଳି ମନେ ହେଉଛି । ବଡ ବଡ ତାରକା ହୋଟେଲ, ଅନ୍ୟ ରମଣୀୟ ସ୍ଥାନ ଭରିଯାଇଛି ଏଇ ନବବର୍ଷ ପାଳନରେ । ଆଧୁନୀକରଣର କରାଳ ଗ୍ରାସ ଭରିଦେଇଛି ସେମାନଙ୍କ ଜୀବନରେ ଏଇ କିଛି ମୁହୂର୍ତ୍ତର ଖୁସି । ମୋ ଜୀବନର ଅନୁଭୂତିରୁ ପଦେ ………..
ଲେଖିବାକୁ ଚାହୁଁଛି ଯେ- ନବବର୍ଷ ଆଗମନର ଖୁସିରେ ମେ ପିଲାଦିନରେ ବିଦ୍ୟାଳୟରେ ପଢିବା ସମୟରେ ମୋ ସାଥି ସାଙ୍ଗଙ୍କ ପାଇଁ ବଜାରରେ ମିଳୁଥିବା ଏକ ଟଙ୍କିଆ ଚଳଚିତ୍ର ଜଗତର ଫଟୋକୁ କିଣି ଆଣି ସେମାନଙ୍କ ନାଁ ଲେଖୁଥିଲି । ଯଦି ଭୁଲରେ କାହାକୁ ଭି ଦେଇ ନ ଥାଏ, ତାହାଲେ ତାର ଅଭିମାନ କହିଲେ ନସରେ । ବର୍ଷର ଆରମ୍ଭରେ ମନ୍ଦିରରେ ଆଉ ସେହି ଘଣ୍ଟଘଣ୍ଟାର ଶବ୍ଦ, କୋଳାହଳ ଧୂନି ନୂଆ ବଧୂଙ୍କର ଭୋଗଥାଳି ଆଉ ଟିକିଏ ହେଲେ ବି ଦୃଶ୍ୟମାନ ହେଉନାହିଁ । ଧରାପୃଷ୍ଠରେ ଭିଡ ଜମୁଛି ବିଭିନ୍ନ ବଜାର, ହୋଟେଲରେ ମାତ୍ର ଶୂନ୍ୟ ପଡୁଛି ସେଇ ମନ୍ଦିରର ବେଢା ।
‘କ’ଣ ପାଇଁ ଏ ସମୟର ଏତେ ଅପରିହାର୍ଯ୍ୟ ଓ ଦଣ୍ଡନୀୟ ନୀତି?’ ମୁଣ୍ଡ ଟେକିଛି ମୋ’ ଓଡିଶା/ ଭାରତ ବାସୀଙ୍କ ପାଇଁ ?’ ପୁରପଲ୍ଲୀ ଆଜି ହୋଇଯାଇଛି ଜନଶୂନ୍ୟ, ସହର ସାଜିଛି ଆଜି ବର୍ତ୍ତିବାର ଏକମାତ୍ର ଲୋକାୟିତ ମାଧ୍ୟମ । ସତେ ଯେପରି କଂସାଏ ପଖାଳ ଆଜିର ଲୋକମାନଙ୍କ ଲାଗି ହୋଇଯାଇଛି- ବଇରୀ ସଦୃଶ । ଆଧୁନିକତାର ଅପରିହାର୍ଯ୍ୟରେ ସିନ୍ଦୂରା ଫାଟୁନି ଆଉ ଏହି ନୀଳ ଆକାଶରେ । ରଙ୍ଗହୀନ ହୋଇଯାଇଛି ଏହି ବର୍ଣ୍ଣାଳୀ ଯୁକ୍ତ ପୃଥିବୀ । ସବୁଜ-ଗାରିମାର ସ୍ୱର୍ଣ୍ଣଭଣ୍ଡାରକୁ ଗ୍ରାସ କରିଛି, ପାଶ୍ଚାତ ସଭ୍ୟତାର ଆଲୋକଯୁକ୍ତ ରାହୁ । ଶେଷ ପର୍ଯ୍ୟାପ୍ତିରେ ଏତିକି ବ୍ୟାଖ୍ୟା କରୁଛି କି- ନିଜର ସଂସ୍କୃତି ଓ ପର?ରାକୁ ପାଦରେ ଠେଲି ନ ଦେଇ ତାକୁ ନେଇ ଗର୍ବରେ ଚାଲିବା ଉଚିତ୍ । କାରଣ- ଏକ ନୂଆ ଓଡିଶା ଗଠନର କରିବା ଥିଲା ଆମ ପୂର୍ବପୁରୁଷଙ୍କ ଲକ୍ଷ୍ୟସ୍ଥଳ । ମହାନ୍‌, ବୀରକୀୟ ଗାରିମାର ଜଳାଳି ନ ଦେଇ ତାକୁ ବିଶ୍ୱବ୍ୟାପୀ କରିବା ଉଚିତ୍ ।

ଅର୍ପିତା ପରିଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ