ହୁ ସଂଗ୍ରହ କଲାଣି ୨୧୪ ମିଲିୟନ ଡଲାରର ପାଣ୍ଠି

ଜେନେଭା: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ଗତ ୭୫ ଦିନ ମଧ୍ୟରେ ଏହି ଫାଉଣ୍ଡେସନ ଦ୍ୱାରା ୪ ଲକ୍ଷ ଲୋକ ଓ କମ୍ପାନୀଙ୍କ ଠାରୁ ମିଳିତଭାବେ ୨୧୪ ମିଲିୟନ ଡଲାର ସଂଗ୍ରହ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି ଓ ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବ। କୋରୋନା ସଂକ୍ରମଣର ମୁକାବିଲା ପାଇଁ ଏହି ଅର୍ଥ ସହାୟକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି। ପୂର୍ବରୁ କେବଳ ସଦସ୍ୟ ରାଷ୍ଟ୍ରମାନଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଥିଲା। କୋରୋନାର ମୁକାବିଲା କରିବାରେ ବିଫଳ ହେବା ଓ ଚୀନ ପ୍ରତି ଅଧିକ ଦରଦ ଥିବା ଦର୍ଶାଇ କିଛି ଦିନ ତଳେ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପାଇଁ ପାଣ୍ଠି ସ୍ଥଗିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ