ରୋଗିଣା ଓଟ ଉଦ୍ଧାର ପରେ ରୋଗିଣା ଘୋଡାର ପାଳି କେବେ?
ପାରାଦ୍ୱୀପ (ପୀତବାସ ପ୍ରଧାନ) : ପାରାଦ୍ୱୀପ ସମୁଦ୍ର କୂଳରେ ଛୋଟ ଛୋଟ ଶିଶୁ୍ଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପିଠିରେ ବସେଇ ମନୋରଂଜନ କରି ମାଲିକଙ୍କୁ ରୋଜଗାର ଦେଉଥିଲା ଏକ ଘୋଡା । ଏହା ପରେ ଆଉ ଏକ ଓଟ କୁ ଜନୈକ ବ୍ୟକ୍ତି ପାରାଦ୍ୱୀପ ଆଣି ସମୁଦ୍ର କୂଳରେ ରଖିଥିଲେ । ଘୋଡାର ମାଲିକ କୌଣସି ଏକ ମାମଲାରେ ଛନ୍ଦି ହୋଇଯିବା ପରେ ବେସାହାରା ହୋଇଯାଇଛି ଘୋଡା । ବଡପଡିଆ ମାକେର୍ଟ ଠାରୁ ଆରମ୍ଭ କରି କଲୋନୀରେ ଘୋଡାଟି ଅସହାୟ ହୋଇ ବୁଲୁଛି । ମାକେର୍ଟ ଅଂଚଳରେ ଲୋକଙ୍କ ହାତକୁ ଚାହିଁଥାଏ ଘୋଡା । ବିସ୍କିଟ, ପାଉଁରୁଟି ଯିଏ ଯାହା ଦେଲା ଘୋଡା ତାହା ଖାଇଥାଏ । ଏହି ଭଳି ସମାନ ଅବସ୍ଥାରେ ଥିବା ଓଟକୁ ଦୁଇଦିନ ତଳେ କଟକ ର ଏକ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କରି ନେଇଥିବା ବେଳେ ଘୋଡା କୁ ନେଇ ନାହାଁନ୍ତି । ଅସହାୟ ଘାଡାଟି ପୂର୍ବ ଭଳି ଅସହାୟ ସ୍ଥିତିରେ ବନ୍ଦର ସହର ରେ ବୁଲାବୁଲି କରୁଛି । ଏହି ଘୋଡାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । କରୋନା ପ୍ରଭାବରେ ରୋଜଗାର ହରାଇଥିବା ଓଟ ମାଲିକ କେଉଁଆଡେ ଚାଲିଯାଇଥିôବା ବେଳେ ଅସହାୟ ଓ ରୁଗ୍ଣ ଘୋଡାକୁ ଉଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତ.


