ହୂମ୍ମା ସାଧନ କେନ୍ଦ୍ର

ଗଂଜାମ, (ବିନୋଦ ପଲାଇ):ଜନ ଭାଗିଦାରୀ ଜି ୨୦ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସକ୍ଷରତା ଓ ସଂଖ୍ୟାଜ୍ଞାନ ର ପ୍ରଶିକ୍ଷଣ ଓ ସଚେତନ ଶିବିର ହୂମ୍ମା ସାଧନ କେନ୍ଦ୍ର ଅନ୍ତର୍ଗତ ହୂମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି.! ହୂମ୍ମା ସାଧନ କେନ୍ଦ୍ର ଅନ୍ତର୍ଗତ ଲୁଂଘିରୀ ଉଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମନ୍ତ୍ରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶିବିର ରେ ହୂମ୍ମା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଜାନକୀ ଦାସ ( ମୁଖ୍ୟ ଅତିଥି) ଓ ସମିତି ସଭ୍ୟ ଶ୍ରୀ ଧ୍ରୁବ ଚରଣ ପଲେଇ ସଂମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର କୁ ଉଦଘାଟନ କରିଥିଲେ. l କାର୍ଯ୍ୟକ୍ରମ ର ଆରମ୍ଭ ରେ ଶିଶୁ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ଏହି ଶିବିର ରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଭାଗ ନେଇଥିଲେ.l ପିଲାମାନଙ୍କ ମଧ୍ୟରେ ଯୋଗ, ବ୍ୟାୟାମ, ଗଳ୍ପ କଥନ, କବିତା ଆବୃତ୍ତି, ଗଣିତ କୁଇଜ଼, ଶବ୍ଦ ଖେଳ, ସ୍ଲୋଗାନ, ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା lଅଭିଭାବକ, ମଂଚାସୀନ ଅତିଥି, ସ୍ଥାନୀୟ ଶିକ୍ଷାବିତ ଙ୍କ ମଧ୍ୟରେ ମୌଳିକ ସକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା lଶିବିରରେ ବିଦ୍ୟାଳୟ ର ପ୍ରଧନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁଲତା ଶତପଥି, ୱାର୍ଡ ସଭ୍ୟ ସନ୍ୟାସୀ ପ୍ରଧାନ, ଲୁଂଘିରୀ ଉଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ବାବୁଲା ସାହୁ, ସଭ୍ୟା ଶ୍ରୀମତୀ ସାଗରୀ ଜେନା ମଂଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ, ସଭ୍ୟା, ଅଭିଭାବକ / ଅଭିଭାବିକା ସମସ୍ତ ଉପସ୍ଥିତ ଥିଲେ lସ୍ଥାନୀୟ ଶିକ୍ଷାବିତ ଶ୍ରୀ ଜନାର୍ଦନ ସ୍ୱାଇଁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶ୍ରୀ ଲଡ଼ୁ କିଶୋର ମୁଦୁଲି ସମ୍ବଳ ଶିକ୍ଷକ ଭାବେ ଏହି କାର୍ଯ୍ୟକ୍ରମ ରେ ପିତା ମାତା ଙ୍କ ଭୂମିକା କୁ ଉପସ୍ଥାପନା କରିଥିଲେ lସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦାମୋଦର ପଣ୍ଡା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ୟେଶ କୁ ଉପସ୍ଥାପନା କରିବା ସହ ଶିବିର ପରିଚାଳନା କରିଥିଲେ. lକ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଯଥା ଶ୍ରୀ ଲିଙ୍ଗରାଜ ମାହାଙ୍କୁଡ଼, ଶ୍ରୀମତୀ ପଲ୍ଲବୀ ତରାଇ ( ଗଡ଼ହୁମ୍ମା ପ୍ରାଥମିକ ବିଦ୍ୟାଳୟ ), ଶ୍ରୀ ସୁବାସ ଚନ୍ଦ୍ର ବେହେରା ( କାଳଯମୁନା ପ୍ରାଥମିକ ବିଦ୍ୟାଳୟ ), ଲକ୍ଷ୍ମଣ ନାହାକ ( ଲୁଂଘିରୀ ଉଚ ପ୍ରାଥମିକ ବିଦ୍ୟାଳୟ ), ଶ୍ରୀ ସତ୍ୟ ନାରାୟଣ ପତି ( ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ), ଶ୍ରୀମତୀ ସସ୍ମିତା ବିଶ୍ୱାଳ ( ବଳଦିଆଡିହ ପ୍ରାଥମିକ ବିଦ୍ୟାଳୟ ), ଶ୍ରୀମତୀ ଉର୍ବଶୀ ଜେନା, ଶ୍ରୀ ସୁରେନ୍ଦ୍ର ପଲାଇ, ସୁକାନ୍ତ କୁମାର ଜାଲି ( ହୂମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ )ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ