ଡୁମାକୁମ୍ପା ଆଞ୍ଚଳିକ ସାଧନ କେନ୍ଦ୍ରରେ ( ଜି-୨୦) ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଂଜନଗର ବ୍ଲକ ଡୁମାକୁମ୍ପା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ (ଜି-୨୦) ଜନ ଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସକ୍ଷରତା ଓ ସଂଖ୍ୟାଜ୍ଞାନର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ସହକାରୀ ଶିକ୍ଷକ ଭଞ୍ଜକିଶୋର ପ୍ରଧାନ,ସୁରେନ୍ଦ୍ର ଗୌଡ,ରିଙ୍କୁ ପ୍ରଧାନ,ମହେଶ୍ବର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିହା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସି.ଆର୍.ସି.ସି ତ୍ରିନାଥ ବେହେରା କାର୍ଯ୍ୟକ୍ରମ ଆରମ୍ଭ ରେ ଶିଶୁ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ପରେ ଯୋଗାସନ କରାଯାଇଥିଲା ଏଥିରେ ବିଦ୍ୟାଳୟର ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ପିଲାମାନଙ୍କ ମଧ୍ୟରେ ଯୋଗ, ବ୍ୟାୟାମ, ଗଳ୍ପ କଥନ, କବିତା ଆବୃତ୍ତି, ଗଣିତ କୁଇଜ଼, ଶବ୍ଦ ଖେଳ, ସ୍ଲୋଗାନ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ଅଭିଭାବକ,ମଂଚାସୀନ ଅତିଥି, ସ୍ଥାନୀୟ ଶିକ୍ଷାବିତ,ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯିବା ସହ ଜନ ସଚେତନତା ସୃଷ୍ଟି କରାଯାଇଥିଲା ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ସଂପର୍କିତ ଲିଫଲେଟ ବଣ୍ଟନ କରାଯିବା ସହ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ,ସଭ୍ୟା,ଅଭିଭାବକ, ଅଭିଭାବିକା,ଛାତ୍ର ଛାତ୍ରୀ,ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ l ଶେଷରେ ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ