ରେଳ ଦୁର୍ଘଟଣା ସମ୍ପର୍କରେ ସିପିଆଇର ପ୍ରତିକ୍ରିୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର ଜିଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭଦ୍ରକ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା ଗଭୀର ଶୋକ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରେଳଯାତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଆହତ ମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଦୀର୍ଘ ଦଶନ୍ଦି ଭିତରେ ଦେଶରେ ଏହା ସବୁ ଠାରୁ ବଡ ଦୁର୍ଘଟଣା ହୋଇଥିବା ବେଳେ ରେଳ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଏହା ବ୍ୟତୀତ କେନ୍ଦ୍ର ସରକାର ବନ୍ଦେ ଭାରତ ଟ୍ରେନ୍ ଚଳାଇ ରେଳ ବିଭାଗର ବିକାଶ ହୋଇଛି ବୋଲି ଦେଶ ବ୍ୟାପୀ ପ୍ରଚାର କରୁଛନ୍ତି । କିନ୍ତୁ ବାସ୍ତବତା ହେଉଛି ରେଳବାଇ ଭିତ୍ତିଭୂମିର ବିକାଶ ଓ ଉନ୍ନତି ପ୍ରତି ସରକାର ଦୃଷ୍ଟି ନଦେଇ ଭିତ୍ତିଭୂମିର ବିକାଶ ନଘଟାଇ ଅତ୍ୟଧିକ ପରିମାଣରେ ମାଲବାହି ରେଳଗାଡି ଚଳାଚଳ କରିବା ସହିତ ରେଳବାଇର ସୁପରିଚାଳନାରେ ଅବହେଳା ଯୋଗୁ ବାଲେଶ୍ୱର ବାହନଗା ଠାରୁ ଆରମ୍ଭ କରି ଅନେକ ରେଳ ଦୁର୍ଘଟଣା ଘଟୁଛି । ମୃତ ଓ ଆହତ ପରିବାରଙ୍କୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ସିପିଆଇ ତରଫରୁ ଦାବୀ କରାଯାଇଛି । ଏହା ସହିତ ଦୁର୍ଘଟଣା ଘଟିବା ପାଇଁ ଦାୟୀ ରେଳ ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ