ହେରାପଞ୍ଚମୀରେ ସିନେମାଛକ ଆଡ଼ପମଣ୍ଡପରେ ଭକ୍ତଙ୍କ ଭିଡ଼

ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ଘୋଷଯାତ୍ରାରେ ମାଉସୀମା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୯ ଦିନର ରହଣି ସମୟର ସ୍ୱତନ୍ତ୍ର ଉତ୍ସବ ଭକ୍ତଙ୍କ ଆକାଂକ୍ଷାକୁ ବଢ଼ାଇ ଦେଇଛି । ଶ୍ରୀଗୁଣ୍ଡିଚା ଯାତ୍ରାର ସବୁଠାରୁ ଆକର୍ଷଣୀୟ କର୍ମକାଣ୍ଡ ହୁଏ ଏଠାରେ । ପ୍ରତ୍ୟେକ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୂତନ ବେଶ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ପଞ୍ଚମ ଦିନରେ ଶ୍ରୀଜୀଉଙ୍କ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ଜଗତଜନନୀ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥା’ନ୍ତି । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ରଥକୁ ଦେଖି ମହାଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇ ରଥଚକ ଭାଙ୍ଗି ଦେଇଛନ୍ତି ସେ । ତେବେ ଗୋପନରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ସହ ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି । ସେଠାରେ ସେବକମାନେ ବନ୍ଦାପନା, ପ୍ରସାଦ ଲାଗି, ଚାମର ଏବଂ ଆଲଟ ଲାଗି କରନ୍ତି । ଏହା ପରେ ମହାପ୍ରଭୁଙ୍କ ଫେରିବା ପାଇଁ ରଥ ଏବଂ ପଥ ପ୍ରସ୍ତୁତ କରାଯାଏ । ଏହି ଉତ୍ସବ ଦେଖିବା ଲାଗି ବାଲେଶ୍ୱର ସହରର ସିନେମାଛକ ସ୍ଥିତ ମାଉସୀମା ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଉସୀମା ମନ୍ଦିରର ଆଡପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କର ବେଶ୍ ଭିଡ଼ ଲାଗି ରହିଛି । ଦୈନିକ ବିଶେଷ ନୀତିପୂଜା ଓ ଆରତୀ ସମୟରେ ଭକ୍ତମାନେ ତିନି ଦିଅଁଙ୍କୁ ବିଭିନ୍ନ ବେଶରେ ଦର୍ଶନ କରୁଛନ୍ତି । ତେବେ ଦିନ ଦର୍ଶନ ଠାରୁ ରାତ୍ର ଦର୍ଶନର ପୂଣ୍ୟ ଦଶ ଗୁଣ ଅଧିକ । ସେଥିପାଇଁ ସଂଧ୍ୟାରେ ଆରତୀ ସମୟରେ ଶ୍ରଦ୍ଧାଳୁଙ୍କର ଅଧିକ ଭିଡ଼ ହେଉଛି । ଏଥି ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହୁଥିବା ଭଜନ ସଂଧ୍ୟା ଦେଖିବାକୁ ଭକ୍ତମାନେ ଅଟକି ରହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ