ହୋଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ୪ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସାରା ଓଡ଼ିଶାରେ ୧୫ ଲକ୍ଷରୁ ଆଦିବାସୀ ହୋ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି ।ଆଜାଦୀ କୀ ୭୫ ବର୍ଷ ପୂର୍ତ୍ତି ସାରା ଭାରତରେ ପାଳନ ହେଉଥିବାବେଳେ ହୋ ସଂପ୍ରଦାୟର ଲୋକେ ସେମାନଙ୍କ ହୋ ଭାଷା ଏବଂ ତାହାର ଲିପି ଓ୍ବାରାଂଚିତିକୁ ଏପର୍ଯ୍ୟନ୍ତ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନିତ କରାଯାଉନାହିଁ ।ଦିର୍ଘ ୭୦ ଵର୍ଷରୁ ଉର୍ଦ୍ଧ୍ବ ହେଲା ସେମାନେ ସେମାନଙ୍କ ଭାଷା ମାନ୍ୟତା ପାଇଁ ଦାବି କରୁଛନ୍ତି ।ହେଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କର ମୌଳିକ ଅଧିକାର ତଥା ଜନ୍ମଗତ ଅଧିକାରକୁ ଅଣଦେଖା କରୁଛନ୍ତି ।ଯାହାକୁ ନେଇ ସେମାନଙ୍କ ଭାଷା , ସଂସ୍କୃତି,କଳା,ପରଂପରା, ଐତିହ୍ୟ ଆଜି ବିପନ୍ନ ।ହୋ ସମାଜର ଅସ୍ମିତା ହଜି ଯାଉଥିବା ନେଇ ହୋ ସଂପ୍ରଦାୟର ଲୋକେ ରାଜରାସ୍ତାକୁ ଓହରିଛନ୍ତି । ସେଥିପାଇଁ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ୪ ଦଫା ଦାବି ନେଇ ଆଜି ହୋଭାଷାପ୍ରେମୀମାନେ ସିଦହରା ସୁସାର ଆକଳା, ରାଇରଙ୍ଗପୁର କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସେଠାରୁ ହୋ ସମାଜର ଲୋକେ ପାରଂପରିକ ବେଶଭୂଷା ପିନ୍ଧି ଢୋଲ,ମାଦଳ, ନୃତ୍ୟରେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଇରଙ୍ଗପୁର ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।ସେଠାରେ ୪ ଦଫା ସମ୍ବଳିତ ଦାବିପତ୍ର ଯଥା ୧- ହୋଭାଷାକୁ ଦିତୀୟ ରାଜ୍ଯଭାଷା ମାନ୍ୟତା,୨-ବାରିପଦା ମୟୂରଭଞ୍ଜ ସ୍ବୟଂ ଶାସିତ ବିଶ୍ବବିଦ୍ୟାଳୟରେ ହୋ ଭାଷାରେ ସ୍ନାତକ ଖୋଲିବା,୩- ହୋ ଭାଷାଭାଷୀ ଅଂଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ହୋଭାଷାରେ ଶିକ୍ଷାଦାନ ୪- ହୋ ଭାଷାଭାଷୀ ଅଂଚଳରେ ବହୁଭାଷୀ ଶିକ୍ଷା ପାଇଁ ୫୦୦ ରୁ ଉର୍ଦ୍ଧ୍ବ (ସଂ) ଶିକ୍ଷକ ନିଯୁକ୍ତି ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ପ୍ରତିବାଦ ଦାବିରେ ଅଖିଳ ଭାରତ ହୋ ସମାଜ କ୍ରିୟାନୁଷ୍ଠାନ କମିଟିର ମୁଖପାତ୍ର ଶ୍ରୀ ମନୋରଞ୍ଜନ ତିରିଆ, ଜିଲ୍ଲା ସଭାପତି ବିର୍ସା କାଣ୍ଡେକାଲ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ଜଲେନ ବାର୍ଦା,ମଟକା ବିରୁଆ,ପଦ୍ମଲୋଚନ ବାନରା,ଜୟପାଲ ସିଂ ମୁଣ୍ଡେଇଆ,ଦୁସୁରୁ ଜେରାଇ,ବିଷ୍ଣୁ ଚରଣ ହାଁସଦା, ଯୋଗେଶ୍ୱର ଚାତରା, ମେଘନାଦ ହେମ୍ବ୍ରମ,ଜେମାମଣି ଷୁଣ୍ଡି,ମିନତୀ ହାଁସଦା,ଅନିଲ ଵିରୁଆ,ଧନୀ ଗୋଇପେଇ, ଘନଶ୍ୟାମ ପିଙ୍ଗୁଆ, ପାର୍ବତୀ ବିରୁଆ, ତ୍ରିନାଥ ନାଏକ, ପୁର୍ଣ୍ଣ ସିଂଙ୍କୁ, ଚୌଧୁରୀ ହେମ୍ବ୍ରମ,ବାବୁଲୁ ପୂର୍ତ୍ତିଙ୍କ ସମେତ ବହୁସଂଖ୍ୟାରେ ହୋଭାଷାଭାଷୀ ଲୋକେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ