ହୋଲିକୁ ପିଲାଙ୍କ ପାଇଁ ସୁରକ୍ଷିତ କରନ୍ତୁ

ହୋଲି ଉତ୍ସାହ ଓ ମଉଜ ମସ୍ତିର ଦିନ ହୋଇଥାଏ। ଏହି ଦିନ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଇଥାନ୍ତି। ରଙ୍ଗ ବିରଙ୍ଗ ପିଚକାରୀ ଧରି ପିଲାମାନେ ମଜା କରୁଥିବାବେଳେ ମା’ ବାପାଙ୍କ ଅସ୍ତବ୍ୟସ୍ତ ହୋଇଯାଆନ୍ତି। ମଉଜ ମସ୍ତି ଚକ୍କରରେ ପିଲାଙ୍କ ସହିତ ମା’ ବାପାଙ୍କ ହୋଲି ଫିକା ନ ପଡ଼ିବା ପାଇଁ ଏଥିପାଇଁ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ। ଆପଣଙ୍କର ଟିକେ ବି ଅବହେଳା ପିଲାଙ୍କ ଉପରେ ଭାରୀ ପଡ଼ିପାରେ। ହୋଲି ସମୟରେ ମାତା ପିତା ପିଲାଙ୍କ ପାଇଁ କେତେକ ସାବଧାନ ଅବଲମ୍ବନ କରିବା ଉଚିତ।
ନିଜ ପିଲାଙ୍କ ଉପରେ ନଜର ରଖନ୍ତୁ
ପିଲାମାନେ ରଙ୍ଗ କିମ୍ବା ପାଣିରେ ହୋଲି ଖେଳିବାବେଳେ ଘରର କେହି ନା କେହି ବଡ଼ ଲୋକ ତାଙ୍କ ଆଖପାଖରେ ରହିବା ଉଚିତ। ବିଶେଷକରି ପାଣିରେ ଭର୍ତ୍ତି କୌଣସି ଡ୍ରମ୍‌ କିମ୍ବା ଟପ୍‌ ଥିଲେ ଧ୍ୟାନ ଅଧିକ ଦେବାକୁ ପଡ଼ିବ। ପିଲା ନିଜ ପିଚକାରୀରେ ପାଣି ଭରିବା ପାଇଁ ନଇଁବାବେଳେ ପାଣି ଟବ୍‌ କିମ୍ବା ଡ୍ରମ୍‌ରେ ପଡ଼ି ଯାଇପାରନ୍ତି। ତେଣୁ ପିଲାଙ୍କ ଆଖପାଖରେ ରହିଥିଲେ, ଦୁର୍ଘଟଣାକୁ ରୋକା ଯାଇପାରିବ।
ଇକୋ ଫ୍ରେଣ୍ଡଲି ରଙ୍ଗ ବ୍ୟବହାର କରନ୍ତୁ
ପିଲାଙ୍କ ପାଇଁ ସବୁବେଳେ ପ୍ରାକୃତିକ ରଙ୍ଗ ଚୟନ କରନ୍ତୁ। ଆପଣ ହଳଦୀ, ମେହେନ୍ଦୀ ଆଦି ବ୍ୟବହାର କରି ଘରେ ହର୍ବାଲ ରଙ୍ଗ ତିଆରି କରିପାରିବେ। କେମିକାଲ ରଙ୍ଗର ଉପଯୋଗ କରିବାରୁ ଦୂରେଇ ରହନ୍ତୁ। ଏହା ହାନିକାରକ ହୋଇପାରେ। ଏହା ପିଲାଙ୍କ ସ୍କିନ୍‌ ଆଲର୍ଜିର କାରଣ ହୋଇପାରେ। ଇକୋଫ୍ରେଣ୍ଡଲି ରଙ୍ଗ ଧୋଇବା ମଧ୍ୟ ବହୁତ ସହଜ ହୋଇଥାଏ ଓ ଏହା ପିଲାଙ୍କୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ।
ପିଚକାରୀ ସତର୍କତାର ସହ ବ୍ୟବହାର କରନ୍ତୁ
ଅନ୍ୟକୁ କ୍ଷତି ପହଞ୍ଚାଉ ନ ଥିବା ପିଚକାରୀ ବ୍ୟବହାର କରିବାକୁ ପିଲାଙ୍କ ପରାମର୍ଶ ଦିଅନ୍ତୁ। ସେମାନଙ୍କୁ ଅନ୍ୟ ପିଲାଙ୍କ ଆଖି, କାନ ଓ ଚେହେରାରେ ରଙ୍ଗ ମାରିବାକୁ ମନା କରନ୍ତୁ।
ୱାଟର ବେଲୁନ୍‌ଠାରୁ ଦୂରେଇ ରହନ୍ତୁ
ୱାଟର ବେଲୁନ୍‌ରେ ଖେଳିବାରେ ମଜା ଆସିଥାଏ। କିନ୍ତୁ ଏହାଦ୍ବାରା ଲୋକଙ୍କୁ ଆଘାତ ଲାଗିପାରେ। ଏହା ତ୍ବଚା, ଆଖି ଓ କାନ ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ।
ପିଲାଙ୍କ ପାଟିରୁ ରଙ୍ଗ ଦୂରେଇ ରଖନ୍ତୁ୍
ଛୋଟ ପିଲାମାନେ ସାଧାରଣତଃ ଯେ କୌଣସି ଜିନିଷକୁ ପାଟିରେ ଭର୍ତ୍ତି କରି ଚାଖିଥାନ୍ତି। କିନ୍ତୁ ପିଲାଙ୍କୁ ପାଟିରେ ରଙ୍ଗ ଭର୍ତ୍ତି ନ କରିବାକୁ ଶିଖାନ୍ତୁ। କାରଣ ରଙ୍ଗରେ ହାନିକାରକ ରସାୟନିକ ହୋଇଥାଏ। ଏହା ଶରୀର ଭିତରକୁ ଗଲେ ବାନ୍ତି ସହିତ ମୃତ୍ୟୁର କାରଣ ମଧ୍ୟ ହୋଇପାରେ।
ଉପଯୁକ୍ତ କପଡ଼ା ଚୟନ କରନ୍ତୁ
ହାତ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ହେଉଥିବା କପଡ଼ା ପିନ୍ଧାଇ ପିଲାଙ୍କୁ ହୋଲି ଖେଳିବାକୁ ଛାଡ଼ନ୍ତୁ। ଏହାଫଳରେ ରଙ୍ଗ ସିଧାସଳଖ ତ୍ବଚାର ସଂସ୍ପର୍ଶରେ ଆସିବ ନାହିଁ।
ପିଲାଙ୍କୁ ସଡ଼କକୁ ଛାଡ଼ନ୍ତୁନି
ହୋଲି ଅବସରରେ ସଡ଼କରେ ଭିଡ଼ ଜମିଥାଏ। ଯଦି ପିଲା ତାଙ୍କର କୌଣସି ସାଙ୍ଗ ଘରକୁ ଯାଇ ହୋଲି ଖେଳିବାକୁ ଜିଦ୍‌ କରନ୍ତି, ତେବେ ଆପଣ ମଧ୍ୟ ତାଙ୍କ ସହିତ ଯାଆନ୍ତୁ। କିନ୍ତୁ ତାଙ୍କୁ ଘରୁ ଏକୁଟିଆ ବାହାରକୁ ଛାଡ଼ନ୍ତୁ ନାହିଁ। ଯଦି ଆପଣ ଘରେ ହୋଲି ଖେଳିବାକୁ ଯୋଜନା କରୁଛନ୍ତି, ତେବେ ଯେଉଁ ଲୋକଙ୍କ ଉପରେ ଆପଣଙ୍କ ଭରସା ରହିଛି ତାଙ୍କୁ ହିଁ ଡାକନ୍ତୁ। କାରଣ ରଙ୍ଗ ଖେଳିବା ବାହାନାରେ କିଛି ଲୋକେ ବହୁତ କିଛି ଖରାପ କାମ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ