ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍‌ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଛି । ଏନେଇ ନିର୍ଦ୍ଦେଶନାମା ଜାରି କଲା ଭୁବନେଶ୍ୱର ମହାନଗର ନିଗମ, ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ୱାର୍ଡ ଅଫିସର ZDCଙ୍କୁ ଜଣାଇବେ ବୋଲି ମିଳିଛି ସୂଚନା। ଏନେଇ ସବୁ ZDCଙ୍କୁ ବିଏମସି ଡେପୁଟି କମିଶନର ଚିଠି ଲେଖିଛନ୍ତି। ଏହାସହ ଯେଉଁମାନେ ଟ୍ୟାକ୍ସ ଦେବେ ନାହିଁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବ ବୋଲି ସୂଚନା ରହିଛି। OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ କରିବା ଲାଗି ଦିଆଗଲା ନିର୍ଦ୍ଦେଶ। ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ ମଧ୍ୟ କରାଯାଇଥିବା ନେଇ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ