ଡ଼େଙ୍ଗୁ ଏବଂ ଚିକନଗୁନିଆର ଘରୋଇ ଉପଚାର

ପାଗ ବଦଳିବା ସହ ଲୋକମାନଙ୍କ ପାଖର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଏହା ମଧ୍ୟରୁ ଗୋଟେ ହେଲା ଡ଼େଙ୍ଗୁ ଏବଂ ଅନ୍ୟଟି ହେଲା ଚିକନଗୁନିଆ । ଏହି ଦୁଇଟି ରୋଗ ହେଲେ ହାତ-ଗୋଡ଼ ବିନ୍ଧା ହେବା, ଭୋକ କମ୍ ଲାଗିବା, ବାନ୍ତି ହେବା, ଜ୍ୱର ହେବା, ଅଧିକ ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା, ଆଖି ବିନ୍ଧା, ଚର୍ମରେ ଲାଲ ଦାଗ ଆସିବା, ଆଖି ଏବଂ ନାକରୁ ରକ୍ତ ବାହାରିବା ଭଳି ଲକ୍ଷଣ ଦେଖାଯାଇଥାଏ । ଏହି ଦୁଇଟି ରୋଗ ହେଲେ ଲୋକମାନେ ବଜାରରେ ମିଳୁଥିବା ମହଙ୍ଗା ଔଷଧ କିଣି ଖାଇଥାନ୍ତି । କିନ୍ତୁ ଆପଣ ଟଙ୍କା ଖର୍ଚ୍ଚ ନ କରି ଘରୋଇ ଉପାୟରେ ମଧ୍ୟ ଏହି ରୋଗକୁ ଭଲ କରିପାରିବେ । ରୋଷେଇ ଘରେ ଥିବା ଏହି ଜିନିଷ ଆପଣଙ୍କୁ ଡ଼େଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗରୁ ଲିବାକୁ ଶକ୍ତି ଦେବ ।
୧.ଗୋଟେ ପଇଡ଼ ପାଣିରେ ୩ ଗ୍ରାମ୍ ଫାଇବର ଏବଂ ୨ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍ ସି, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡ଼ିୟମ, ମିନେରାଲ୍ସ, ଏନ୍ଜାଇମ୍, ଏମିନୋ ଏସିଡ଼୍, ସାଇଟୋକାଇନ୍ ଏବଂ କ୍ୟାଲ୍ସିୟମ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରରୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡେଙ୍ଗୁ ହେଲେ ଦିନକୁ ଗୋଟେ ଥର ପଇଡ଼ ପାଣି ନିଶ୍ଚୟ ପିଅନ୍ତୁ ।
୨.ଡ଼େଙ୍ଗୁ ହେଲେ ତୁଳସୀର ସେବନ ଲାଭଦାୟକ ହୋଇଥାଏ । ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଦିନକୁ ୩-୪ଥର ପିଇବା ଆରମ୍ଭ କରନ୍ତୁ । ଏପରି କଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
୩.ଡ଼େଙ୍ଗୁ ରୋଗୀଙ୍କୁ ମେଥିର ପାଣି ପିଇବାକୁ ଦିଅନ୍ତୁ । ଏହି ପାଣି ପିିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହା ଡ଼େଙ୍ଗୁର ଭାଇରସକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
୪.ଡ଼େଙ୍ଗୁ ରୋଗ ହୋଇଥିଲେ ଭଣ୍ଡା ଖାଇବା ଅତ୍ୟନ୍ତ ଜରୁରୀ । ଏହାର ଜୁସ୍ ରକ୍ତରେ ଥିବା ପ୍ଲେଟ୍ଲେଟ୍ସ୍କୁ ଖୁବ୍ ଶୀଘ୍ର ବଢ଼ାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ