ୟୁଏଏନଏସଡବ୍ଲୁ ସିଡନି ସହ ମଣିପାଲର ଐତିହାସିକ ଅନୁବନ୍ଧନ
ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ବିନିମୟ ପାଇଁ ଭାରତର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଣିପାଲ ଏକାଡେମି ଅଫ ହାୟର ଏଜୁକେଶନ (ଏମଏଏଚଇ ) ମଣିପାଲ ୟୁଏଏନଏସଡବ୍ଲୁ ସିଡନି ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହ ୟୁଏଏନଏସଡବ୍ଲୁ ପକ୍ଷରୁ ଏହାର ଭାରତରେ ହେବାକୁ ଥିବା ନିବେଶ ଓ ସହଭାଗୀତାର ଶୁଭାରମ୍ଭ କରାଯାଇଛି । ୟୁଏଏନଏସଡବ୍ଲୁ ର ପ୍ରୋଭାଇସ ଚାନସେଲର ଲରି ପିଅରସେ ଏବଂ ଏମଏଏଚଇ ର କୂଳପତି ଡ. ଏଚ ବିନୋଦ ଭଟ୍ଟଙ୍କ ମଧ୍ୟରେ ଅଗଷ୍ଟ ୨ ରେ ହୋଇଥିବା ଚୁକ୍ତି ମୁତାବକ ଉଭୟ ପକ୍ଷରୁ ଛାତ୍ର ବିନିମୟ ସହ ଯୌଥ ଗବେଷଣା ପାଇଁ ଏକ ନୂତନ ସିଡ ଫଣ୍ଡିଙ୍ଗ ଯୋଜନାର ଘୋଷଣା କରାଯାଇଛି । ଏଥିପାଇଁ ୨୦୨୫ ମସିହା ମଧ୍ୟରେ ୫ ନିୟୁତ ଅଷ୍ଟ୍ରେଲିଆନ ଡଲାରର ବିନିଯୋଗ ପାଇଁ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ୨୦୧୯ ମସିହାରେ ପ୍ରଥମ ବର୍ଷ ପାଇଁ ୨୦,୦୦୦ ଡଲାର ମୂଲ୍ୟର ୧୦ଟି ସିଡ ଫଣ୍ଡିଙ୍ଗ
ଦିଆଯିବ । ଏଥିପାଇଁ ଆବେଦନ ପତ୍ର ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଉପଲବ୍ଧ ହେବ । ଲରି ପିଅରସେ କହିଛନ୍ତି, “ମଣିପାଲ ସହ ଏହି ସହବନ୍ଧନ ବିଶ୍ୱସ୍ତରିୟ ଡିଗ୍ରୀ ପାଇଁ ଏକ ମାଇଲଖୁଂଟ ସଦୃଶ । ଏହି ସହଭାଗୀତା ଛାତ୍ର ଛାତ୍ରୀ ଙ୍କ ଦୃଷ୍ଟିକୋଣକୁ ବିଶ୍ୱସ୍ତରୀୟ ବନାଇବା ସହ ଏହାକୁ ସାକାର କରିବା ପାଇଁ ସହୟତା କରିବ । ଏହି ଚୁକ୍ତି ଅନୁସାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଭାବ ବିନିମୟର ସୁଯୋଗ ଦିଆଯିବ ।


