ଭୁବନେଶ୍ୱରରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ
ଆନ୍ତର୍ଜାତିକ ବଜାରରେ ବଢ଼ିବ ଓଡ଼ିଶା ହସ୍ତତନ୍ତର ଚାହିଦା ବୁଣାକାରମାନଙ୍କ ପାରିଶ୍ରମିକ ବୃଦ୍ଧିକରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୟନ ସଚିବ ରବି କପୁର
ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ରିପୋର୍ଟ ଉନ୍ମୋଚିତ ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି ରଖିଛନ୍ତି ଏବଂ ଭାରତ ବଜାରରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ହସ୍ତତନ୍ତ ବିଭାଗ ଏହି ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖିବ ଏବଂ
ଆନ୍ତର୍ଜାତିକ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିବ । ଏହା ଫଳରେ ଓଡ଼ିଆ ବୁଣାକାରମାନେ ଯେତିକି ମୂଲ୍ୟ ପାଉଛନ୍ତି ତାର ୧୦ ଗୁଣା ଅଧିକ ମୂଲ୍ୟପାଇପାରିବେ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପଂଚମ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରି ଏହି ମନ୍ତବ୍ୟ ଦେଇଛନ୍ତି ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସଚିବ ରବି କପୁର । “ହସ୍ତତନ୍ତ ଉତ୍ପାଦ ବିକ୍ରି କ୍ଷେତ୍ରରେ ଆମେ ମଧ୍ୟବର୍ତି ବ୍ୟକ୍ତିମାନଙ୍କୁ ହଟେଇ ଦେବାପାଇଁ ଚେଷ୍ଟା କରୁଛୁ । ଏହା ଫଳରେ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇପାରିବେ,” ବୋଲି ସେ ପ୍ରକାଶ କରିଛନ୍ତି । “ବିଶ୍ୱର ପ୍ରାୟ ୨୦୦ ଦେଶ ମଧ୍ୟରୁ ମାତ୍ର ୮-୧୦ଟି ଦେଶ ହସ୍ତତନ୍ତ କ୍ଷେତ୍ରରେ ସମୃଦ୍ଧ । ଏହି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଭାରତ ପାଖରେ କ୍ଷମତା ରହିଛି । ତେବେ ଏଥିପାଇଁ ହସ୍ତତନ୍ତ କ୍ଷେତ୍ରରେ ଅନେକ କାମ କରିବାକୁ ରହିଛି । ଏହି କ୍ରମରେ ଓଡ଼ିଶାର ବୁଣାକାରମାନେ ଭଲ ଉଦ୍ୟମ ଜାରି ରଖିଛନ୍ତି । ସରକାର ବୁଣାକାରମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି ।


