ୟୁଥ ସ୍ପୋର୍ଟସ ଆଥଲେଟିକ ଏକାଡେମୀ ପକ୍ଷରୁ ଗଣତନ୍ତ୍ର ଦିବସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ୟୁଥ ସ୍ପୋର୍ଟସ ଆଥଲେଟିକ ଏକାଡେମୀ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ଏଥିରେ ଜିଲ୍ଲା ବଣିକ ସଙ୍ଘର ସଭାପତି ସୟଦ ମୁସ୍ତକ ଅଲ୍ଲୀ, ଲର୍ଣ୍ଣ ବଲର ସଭାପତି ସୟଦ ଇମତିଆଜ ଅଲ୍ଲୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆମ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ରଫିକୁଲ୍ଲା, ସେକ ଏସାନ, ସେକ ରଫିକ, କୋଚ ସେକ ସୈାକତ ଖାନ, ସେକ ଆସିକଉଦିନଙ୍କ ସମେତ ଏକାଡେମୀର ପିଲାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆପେକ୍ସ ଆରବିଆନ ସ୍କୁଲର ୫ବର୍ଷ ବୟସର ଛାତ୍ର ସହଦତ୍ ଖାନ ୩କିଲୋମିଟର ମାରାଥନ ଦୈାଡିଥିଲେ । ଏହି ଅବସରରେ ଆଇ.ଆଇ. ଏଚ. ଏମ. ପକ୍ଷରୁ ସଭାପତି ମହମ୍ମଦ ଅମୀର, ସମ୍ପାଦକ ଲିୟାକତ ଅଲ୍ଲୀ ସହଦତ୍ ଖାନଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ