‘ମୋ ସରକାର’ ବ୍ୟବସ୍ଥା ଉପରେ ଡିଆଇଜି ଆଗୁଆ ସମୀକ୍ଷା ବୈଠକ
ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିବାବେଳେ ଏହାକୁ ସଫଳ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ସଂକ୍ରାନ୍ତରେ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଛତ୍ରପୁରସ୍ଥିତ ଗାଂଜମ ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଉପସ୍ଥିତିରେ ଗଂଜାମ ପୁଲିସ ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ନେଇ ‘ମୋ ସରକାର’ ବ୍ୟବସ୍ଥା ଉପରେ ଆଗୁଆ ପ୍ରସ୍ତୁତି ବୈଠକ କରିଥିଲେ । ଏଥିରେ ଡିଆଇଜି ଶ୍ରୀ ଭୋଇ ‘ମୋ ସରକାର’ ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଥାନାଧିକାରୀମାନଙ୍କୁ ସୂଚନା ଦେବା ସହ ଥାନାମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ, ସେ ସଂକ୍ରାନ୍ତରେ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଥାନାକୁ ଆସୁଥିବା ଲୋକମାନେ କିପରି ସେମାନଙ୍କ କାର୍ଯ୍ୟ ସହଜରେ ହୋଇପାରିବ, ସେଥିପ୍ରତି ଆଜିଠାରୁ ସମସ୍ତ ଅଧିକାରୀମାନେ ଆଗୁଆ କରିବାକୁ ଡିଆଇଜି କହିଥିଲେ । ମୁଖ୍ୟମନ୍ତ୍ରୀ ନିଜେ, ମନ୍ତ୍ରୀମଣ୍ଡଳର ଅନ୍ୟ ଅଧିକାରୀ, ପଦସ୍ଥ ଅଧିକାରୀମାନେ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ଥାନାକୁ ସହାୟତା ପାଇଁ ଯାଇଥିବା ଲୋକଙ୍କ ଠାରୁ ଫୋନ ଦ୍ୱାରା ସେମାନଙ୍କ ମତାମତ ଓ ପ୍ରତିକ୍ରିୟା ନେବେ । ଏହି କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବାକୁ ଜିଲ୍ଲା ସ୍ତରରେ କଲ ସେଂଟର ପ୍ରତିÂା କରିବାକୁ ନିଦେ୍ର୍ଧଶ ରହିଛି । ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କ ଟେଲିଫୋନ ନମ୍ବର ତାଲିକା ପ୍ରସ୍ତୁତ କରିବ । ଏହାସହ ଜିଲ୍ଲାର ଥାନାଧିକାରୀମାନେ ଥାନାକୁ ଆସୁଥିବା କେତେକ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସେମାନଙ୍କ ସୁବିଧା ନିମନ୍ତେ ନିଜ ନମ୍ବର ଥିବା ଭିଜିଟିଂ କାଡର଼୍ ପ୍ରଦାନ କରିବେ । ଏହାଦ୍ୱାରା ସେମାନେ ବିଭିନ୍ନ ସମୟରେ ସୁବିଧା ଅସୁବିଧା ସମ୍ପର୍କରେ ଫୋନ ଦ୍ୱାରା ଜଣାଇପାରିବେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ଦୁଇ ଜଣ ମାଷ୍ଟର ଟ୍ରେନର ମୋ ସରକାର ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ । ଆଜିର ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ପୁଲିସର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଏସପି ଡିଆଇବି ପିକେ.ଦଳେଇ, ଡିଏସପି ଏସ.ପ୍ରଧାନ, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ହୋମଗାଡର଼୍ ରିଜର୍ଭ ଇନିସପେକ୍ଟର ସୁବଳ ସୋରେନଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ ଓ ଫାଣ୍ଡି ଅଧିକାରୀ ଏବଂ ଡିଆଇବିର ଷ୍ଟାଫମାନେ ଉପସ୍ଥିତ ଥିଲେ ।


