ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ଇଡିର ଚଢାଉ
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି। ଡିଏଚଏଫଲ ଦୁର୍ନୀତିକୁ ମାମଲାକୁ ନେଇ ଏହି ଚଢାଉ କରାଯାଇଛି। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ ଆସିଛି। ସୂଚନା ଅନୁଯାୟୀ ଡିଏଚଏଫଏଏର ୭୯ ନକଲି କମ୍ପାନୀ ଓ ୧ ଲକ୍ଷ ନକଲି ଗ୍ରାହକଙ୍କ ସହଯୋଗରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଘୋଟାଲ ହୋଇଥିବାର ଅଭିଯୋଗରହିଛି। ବେନିୟମ ଭାବେ ଅଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କାରଣରୁ ୟେସ୍ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଅନ୍ୟପଟେ ୟେସ ବ୍ୟାଙ୍କରେ ଦେଖାଯାଇଥିବା ଆର୍ଥିକ ସଙ୍କଟକୁ ଦେଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହସ୍ତକ୍ଷେପ କରିଛି। ସେହିପରି ୟେସ୍ ବ୍ୟାଙ୍କର ଆର୍ଥିକ ସଂକଟ ସମୟରେ ଆଇନ ପ୍ରାଧିକରଣ ଅନୁସାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ ବ୍ୟାଙ୍କର ୪୯ ପ୍ରତିଶତ ସେୟାର କିଣିବ ବୋଲି ସୂଚନା ମିଳିଛି। ଆଜି ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ବିଆଇ ଚେୟାରମ୍ୟାନ୍ ରଜନୀଶ୍ କୁମାର କହିଛନ୍ତି ଯେ, ଏସ୍ବିଆଇ ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛନ୍ତି । ତେବେ ଏନେଇ ତାଙ୍କ ଲିଗାଲ୍ ଟିମ୍ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଥିଲେ।


