ଉଦ୍ଧବଙ୍କ ବଡ ଘୋଷଣା : ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିବେ ୧ କୋଟି

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଅଯୋଧ୍ୟା ଗସ୍ତରେ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ଏହି ଘୋଷଣା କରିଛନ୍ତି । ଅଯୋଧ୍ୟା ଗସ୍ତରେ ରହିଥିବା ଉଦ୍ଧବ ଠାକ୍‌ରେ ରାମଲାଲାଙ୍କୁ ଦର୍ଶନ ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଭ୍ରମଣରେ ଯାଇ ଏହି ବଡ ଘୋଷଣା କରିଛନ୍ତି । ତେବେ ଉଦ୍ଧବଙ୍କ ଏହି ନିଷ୍ପତ୍ତିକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ଏନ୍‌ସିପିର ପ୍ରତିକ୍ରିୟା ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ