୧୦ ଜଣ ପୋଲିସ୍ କର୍ମଚାରୀ କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଇଛନ୍ତି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ଅଣାୟତ ହୋଇଚାଲିଛି କରୋନା । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ରହୁଛନ୍ତି । ତେବେ ଜିଲ୍ଲାରେ ୧୦ ଜଣ ପୋଲିସ୍ କର୍ମଚାରୀ କରୋନାକୁ ହରାଇ ବିଜୟୀ ହୋଇଛନ୍ତି । ସମସ୍ତ ୧୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, କରୋନା ଯୁଦ୍ଧରେ ବିଜୟୀ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି ୧୦ଜଣ ଯୋଦ୍ଧା । ବ୍ରହ୍ମପୁର ଏସପି ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ପ୍ରକୃତ ହିରୋ ଭାବେ ବର୍ଣ୍ଣନା କରିଛନ୍ତି । ଏହାସହିତ ସମସ୍ତଙ୍କ ପାଇଁ ଏହା ଗର୍ବ ବୋଲି ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଛି । ଓଡିଶା ଡିଜିପି ମଧ୍ୟ ଏମାନଙ୍କୁ ପ୍ରକୃତ ହିରୋ କହିଛନ୍ତି । ଏମାନେ ଅନ୍ୟମାନଙ୍କ ପାଇଁ ପ୍ରଭାବ ପକାଇବେ ବୋଲି ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।


