୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ମାଫିଆ ଫେରାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ୨୨ ତାରିଖ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ସୂଚନାଯୋଗ୍ୟ ଆର.ଉଦୟଗିରି ସବଇନିସ୍‌ପେକ୍ଟର ରାମକୃଷ୍ଣ ଦାସ ଓ କର୍ମଚାରୀ ମିଳିତଭାବେ ଏହି ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମାଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରି ଫେରୁଥିବା ସମୟରେ ୱ।ମା ଗ୍ରାମ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଥାନା ଅଧିକାରୀଙ୍କଠାରୁ ଖବର ପାଇ ଉକ୍ତ ସ୍ଥାନରେ ଚ଼ଢ଼ଉ କରିଥିଲେ।ସେଠାରୁ ୨ କ୍ଵିଣ୍ଟାଲ ୭୦ କିଲୋ ଗଂଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ କହିଛନ୍ତି। କିନ୍ତୁ ଜବତ ଗଞ୍ଜେଇ ସ୍ଥାନରୁ ପୁଲିସ ଆସୁଥିବାର ଖବର ପାଇ ମାଫିଆମାନେ ସ୍ଥାନ ଛାଡି ଚ଼ମ୍ପଟ ମାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ