ଯୁବକ ସଙ୍ଘ ତରଫରୁ ଜଳ ଛତ୍ର
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ, ନୂଆପାଟଣା ଏବଂ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଭକ୍ତବନ୍ଧୁ ମହାନ୍ତିଙ୍କ ସ୍ମୃତି ଉଦେଶ୍ୟରେ ବଜ଼ାର କମିଟି ସହିତ ମିଳିତ ସହଯୋଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମହାବିଷୁବ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଲୋକ ମାନଙ୍କୁ ସୁସ୍ୱାଦ ଦହି ପାଣି ର ବ୍ୟବସ୍ଥା କରାଯାଇଛି | ଏହି ବ୍ୟବସ୍ଥା ଆଜିକୁ ୨୭ବର୍ଷ ହେଲାଣି ନିରବଛିନ୍ନ ଭାବରେ ନିଜ ନିଜ ଉଦ୍ୟମରେ ସୁରୁଖୁରୁରେ ଚାଲି ଆସୁଛି | ଏହାକୁ ଯୁବକ ସଙ୍ଘର ସୁବାସ ମହାନ୍ତିଙ୍କ ନେତୃତ୍ୱରେ ଦେବ ପ୍ରସାଦ ରାୟ , ଅମର ସାହୁ , ମିଲୁ ସାହୁ , ସୌମ୍ୟ ରଞ୍ଜନ ମହାନ୍ତି , ପବିତ୍ର ମନ୍ଥନ , ରାମ ମନୋହର ଦାସ ପ୍ରମୁଖ ଏହି ମହତ କାର୍ଯ୍ୟରେ ସହଯୋଗ କରୁଛନ୍ତି |


