୧୨ ଦଫା ଦାବୀ ନେଇ ନିଖିଳ ଓଡିଶା ବ୍ଲକ ସ୍ତରୀୟ ଆଶା କର୍ମୀଙ୍କ ରାସ୍ତା ରୋକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଅଖିଳ ଭାରତ ଟ୍ରେଡ ୟୁନିଅନ୍ ଆହ୍ଵାନ କ୍ରମେ ଦେଶବ୍ୟାପି ଧର୍ମଘଟରେ ନିଖିଳ ଓଡିଶା ବ୍ଲକ ସ୍ତରୀୟ ଆଶା କର୍ମୀ ମାନେ  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବୀ ନେଇ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ l ଆଶାକର୍ମୀ ସଭାପତି ଅରୁନ୍ଧତୀ ଦେବୀଙ୍କ ନେତୃତ୍ବରେ ଶତାଧିକ ଆଶା କର୍ମୀ ଏକ ହୋଇ ପାରଳାଖେମୁଣ୍ଡି – ମୋହନା ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ l ଦାବୀ ଗୁଡିକ ହେଲା, ୪ ଟି ଶ୍ରମ କୋଡ୍ ଓ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ଆଇନ ବାତିଲ, କୃଷି ଆଇନ ବାତିଲ, ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚାର ୬ ଦଫା ଦାବୀ, ମାସିକ ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଆୟକର ପ୍ରଦାନ ବାହାରେ ଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ପ୍ରଦାନ, ସ୍କିମ୍ ୱାର୍କର ଯଥା – ଅଙ୍ଗନବାଡ଼ି, ଆଶା, ପାଚିକା ଇତ୍ୟାଦିଙ୍କୁ ୱାର୍କର ମାନ୍ୟତା ପ୍ରଦାନ ଆଦି ୧୨ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ l ସଂଘର ଉପଦେଷ୍ଟା ଇସ୍ରାଏଲ ମାଳି, ଉପସଭାପତି ମାଳତୀ ଦଳାଇ, ସମ୍ପାଦକ ନିରଞ୍ଜନୀ ମାଳି, ସହ ସମ୍ପାଦକ ସବିତା ଶବର, କୋଷାଧ୍ୟକ୍ଷ ଏସ୍. ଜୟଲକ୍ଷ୍ମୀଙ୍କ ସମେତ ଶତାଧିକ ଆଶା କର୍ମୀ ଉପସ୍ଥିତ ଥିଲେ l ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ ସଦଳବଳେ ପହଂଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ