୧୨ ମିନିଟ୍‌ରେ ଖାଇଲେ ୬୫ ପ୍ରକାର ଖାଦ୍ୟ

ଇଂଲଣ୍ଡର ଆଦାମ ମୋରାନ୍ ଜଣେ ୟୁ ଟ୍ୟୁବର୍ । ସେ ତାଙ୍କ ଚ୍ୟାନେଲ୍ “ବିୟର୍ଡ ମିଟ୍ସ ଫୁଡ୍‌’ ପାଇଁ ବେଶ୍ ପରିଚିତ । ଏହି ଚ୍ୟାନେଲ୍‌ରେ ସେ ବିଭିନ୍ନ ଖାଦ୍ୟ ଖାଇବାର ଭିଡିଓ ଅପ୍‌ଲୋଡ୍ କରିଥାଆନ୍ତି । ନିକଟରେ ସେ ୧୨ ମିନିଟ୍‌ରେ ୪୦୦୦ କ୍ୟାଲୋରୀ ବିଶିଷ୍ଟ ୬୫ ପ୍ରକାରର ଜଳଖିଆ ଖାଇ ରେକର୍ଡ କରିଛନ୍ତି । “ଟର୍ମିନେଟର୍ ୨’ ନାମକ ଏହି ଫୁଡ ଚ୍ୟାଲେଞ୍ଜରେ ୮ ପ୍ରକାରର ଇଂଲିଶ ବ୍ରେକଫାଷ୍ଟ ଆଇଟମ୍‌, ଯେଉଁଥିରେ ବାକୋନ୍‌, ସସେଜ୍‌, ଅଣ୍ଡା, ଅନେକ ବେକ୍‌ଡ୍ ବିନ୍ସ ଓ ଟୋଷ୍ଟ ଥିଲା । ଏହି ସବୁ ଖାଦ୍ୟ ଖାଉଥିବାର ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରଣ ଏତେ ପ୍ରକାରର ଏତେ ସବୁ ଖାଦ୍ୟକୁ ସେ ବେଶ୍ ଆରାମ୍‌ରେ ଖାଇ ଶେଷ କରି ଦିଅନ୍ତି । ଆଦାମ୍ ପୂର୍ବରୁ ଭାରତୀୟ ଖାଦ୍ୟ ଖାଇବାର ଚ୍ୟାଲେଞ୍ଜ ନେଇ ବି ସଫଳ ହୋଇଛନ୍ତି । ସେଥିରେ ସେ ଭାଜି, ପକୋଡା, ତନ୍ଦୁରି କବାବ, ବ୍ରେଡ ଓ ଆହୁରି ଅନେକ ପ୍ରକାରର ଭାରତୀୟ ଖାଦ୍ୟ ଖାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ