୧୯ ଦିନର ନବଜାତ ଶିଶୁକୁ କୋଳରେ ଧରି ପ୍ରଚାର କାର୍ଯ୍ୟକୁ ଓହ୍ଲାଇଲେ ସରପଂଚ ପ୍ରାର୍ଥିନୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଉ କେଇଟା ଦିନ ପରେ ଛତ୍ରପୁର ବ୍ଲକରେ ନିର୍ବାଚନ ହେବ । ଏଥି ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରାର୍ଥୀ ମାନେ ନିଜ ଭୋଟର ମାନଙ୍କୁ ଆକୃଷ୍ଠ କରିବା ନିମନ୍ତେ ଭିନ୍ନ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି ଏବଂ ନିଜ ସମର୍ଥକ ମାନଙ୍କୁ ସୁହାଇଲା ଭଳି ଅଭିନବ ଢଙ୍ଗରେ ମିଳିଥିବା ଚିହ୍ନକୁ ଧରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକରେ ୧୮ ଟି ପଂଚାୟତ ରହିଥିବା ବେଳେ ପୋଡାପଦର ଗ୍ରାମ ପଂଚାୟତ ଅନ୍ୟତମ । ଏହି ପରିପ୍ରେକ୍ଷୀରେ ଆଜି ପୋଡାପଦର ପଂଚାୟତର ଭିନ୍ନ ଅନ୍ଦାଜରେ ସରପଂଚ ପ୍ରାର୍ଥୀନୀ ମାମା ସେଠୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ୧୯ ଦିନର ନବଜାତ ଶିଶୁ ପୁତ୍ର କୁ କୋଳରେ ଧରି ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି ମାମା ସେଠୀ । ଏହା ସହିତ ତାଙ୍କର ସମର୍ଥକ ମାନେ ମାମା ସେଠୀଙ୍କ ଚିହ୍ନ ଖୋଲା ବହି ହୋଇଥିବାରୁ ହାତରେ ଖୋଲାବହି ଧରି ଭୋଟର ମାନଙ୍କୁ ଆକୃଷ୍ଠ କରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ସରପଂଚ ଭାବେ ବିଜୟ ହେବା ପରେ ପଂଚାୟତର ବିକାଶ ଦିଗରେ କାର୍ଯ୍ୟ କରିବା ସହିତ ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହୋଇ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ