ଗୁଜରାଟରେ ଲଜ୍ଜା : ମାସିକ ଧର୍ମ ପରୀକ୍ଷା କରାଇଲେ କଲେଜ ଅଧ୍ୟକ୍ଷ

ଗୁଜରାଟ : ଗୁଜରାଟର ଭୁଜଠାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଭୁଜଠାରେ ଅବସ୍ଥିତ ଶ୍ରୀ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କ ପୋଷାକ କଢାଇବା ପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସହଜାନନ୍ଦ କଲେଜର ଅଧ୍ୟକ୍ଷ ଛାତ୍ରୀମାନଙ୍କ ମାସିକ ଧର୍ମ ହୋଇଛି କି ନାହିଁ ଏହାର ପରୀକ୍ଷା ନିମନ୍ତେ ଛାତ୍ରୀମାନଙ୍କ ଅନ୍ତର୍ବସ୍ତ୍ର ଯାଞ୍ଚ କରିଥିବାର ଜଣାପଡିଛି। ଏହି କଲେଜର ପଢୁଥିବା ଛାତ୍ରୀମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ କୌଣସି ଛାତ୍ର ଅଥବା ଛାତ୍ରୀଙ୍କ ସହି ହାତ ମିଳାଇପାରିବେ ନାହିଁ ବୋଲି ନିୟମ ରହିଛି। ଏପରିକି ଏହି ସମୟରେ କଲେଜ ନିକଟସ୍ଥ ମନ୍ଦିରକୁ ଅଥବା ରୋଷେଇ ଘର ମଧ୍ୟକୁ ଯିବାକୁ ବାରଣ ରହିଛି। ଶ୍ରୀସହଜାନନ୍ଦ କଲେଜକୁ ସ୍ବାମୀନାରାୟଣ ମନ୍ଦିରର କିଛି ଭକ୍ତ ଚଳାଉଛନ୍ତି । ଏହି କଲେଜର ଅଧ୍ୟକ୍ଷଙ୍କ ମତରେ କିଛି ଛାତ୍ରୀ ତାଙ୍କର ମାସିକ ଧର୍ମ ସମୟରେ କଲେଜର ଅନ୍ୟ ଲୋକଙ୍କ ସହିତ ହାତ ମିଶାଇବା ସହିତ ମନ୍ଦିର ଓ ରୋଷେଇ ଗୃହକୁ ମଧ୍ୟ ଯାଉଛନ୍ତି। ଅଧ୍ୟକ୍ଷ ଏହାକୁ ରୋକିବା ପାଇଁ କଲେଜର ଅନ୍ୟ ଷ୍ଟାଫ୍‌ଙ୍କ ସହିତ ମିଶି ୬୮ଜଣ ଛାତ୍ରୀଙ୍କର ଅନ୍ତର୍ବସ୍ତ୍ର ଚେକ୍‌ କରି ମାସିକ ଧର୍ମ ହୋଇଛି କି ନାହିଁ ବୋଲି ପରୀକ୍ଷା କରିଛନ୍ତି । ଏଥିପାଇଁ ଛାତ୍ରୀମାନଙ୍କୁ ବାଥରୁମ୍‌କୁ ନେଇ ସେମାନଙ୍କର ପୋଷାକ କଢାଯାଇ ଯାଞ୍ଚ କରାଯାଇଥିଲା ବୋଲି ସୂଚନା ରହିଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ବହୁ ବିବାଦ ସୃଷ୍ଟି ହୋଇଛି । ଜଣେ କଲେଜର ଅଧ୍ୟକ୍ଷ ହୋଇ ଏପରି ହୀନ କାର୍ଯ୍ୟ କରିବାକୁ ନେଇ ସବୁ ମହଲ ତରଫରୁ ନିନ୍ଦା କରାଯାଇଛି । ତେବେ କଲେଜ ଅଧ୍ୟକ୍ଷଙ୍କ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ଟ୍ରଷ୍ଟ ତରଫରୁ ଏହି ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ