୨୦୦ୟୁନିଟ ବିଦ୍ୟୁତ ମାଗଣା ପ୍ରଦାନ କରିବା ଦାବିରେ ସିପିଆଇର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଓ ଶୋଷଣ ନୀତିକୁ ବିରୋଧକରି ସିପିଆଇ ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଗଜପତି ଜିଲ୍ଲା ସିପିଆଇ ସମ୍ପାଦକ ଜେନ୍ନା ସୁବଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ପାରଳାଖେମୁଣ୍ଡି ସ୍ଥିତ ଉପକାରାଗାର ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ସରକାର ଓ ବିଦ୍ୟୁତ ବିଭାଗ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେବାସହ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବିପତ୍ରରେ ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ୟୁନିଟ ମାଗଣାରେ ପ୍ରଦାନ କରିବା, ଅଘୋଷିତ ବିଦ୍ୟୁତକାଟ ବନ୍ଦକରିବା, ଲୋଭୋଲଟେଜ୍ ସମସ୍ୟାର ସମାଧାନ କରିବା, ଘରୋଇ ବିଦ୍ୟୁତ ଯୋଗାଣ କମ୍ପାନୀ ଗୁଡିକର ଅଧିପତ୍ୟ ବନ୍ଦ କରିବା, ରାଜ୍ୟ ସରକାର ବିଦ୍ୟୁତ ବୋର୍ଡର ପୁନର୍ଗଠନ କରି ନିଜେ ଦାୟିତ୍ୱ ବହନ କରିବା, ମିଥ୍ୟା ବିଲ କରି ନିଆଯାଇଥିବା ଅର୍ଥକୁ ଉପଭୋକ୍ତାଙ୍କୁ ଫେରସ୍ତ କରିବା ଏବଂ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟବସ୍ତୁ ଗୁଡିକ ଉଲ୍ଳେଖ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକର ସିପିଆଇ ନେତା ଲିଙ୍ଗରାଜ ଦଳେଇ, ଏମ.ଜଗନ୍ନାଥ ରାଓଙ୍କ ସମେତ ବହୁ ଦଳୀୟ କର୍ମୀ ସମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ