୨୦୨୦ର ଏଗ୍ରି ୟୁନିଫେଷ୍ଟ ଚମ୍ପିଆନ ଓୟୁଏଟି ଦଳକୁ ଭୁବନେଶ୍ୱରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜାତୀୟ ଆଗ୍ରି ୟନୁିଫେଷ୍ଟ-୨୦୨୦ର ଚମ୍ପିଆନ ହୋଇ ଫେରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୨୯ଜଣିଆ ଦଳଙ୍କୁ ଭୁବନେଶ୍ୱରସ୍ଥ ରେଲ୍‌ୱେ ଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । କୃଷି ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ବିଭାଗର ଡିନ୍ ପ୍ରଫେସର ସଞ୍ଜୟ କୁମାର ଦାସଙ୍କ ନେତୃତ୍ୱରେ ସର୍ବଶ୍ରୀ ଅମ୍ବିକା ପ୍ରସାଦ ସାହୁ, ଚକ୍ରଧର ପାତ୍ରଙ୍କ ସହ ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ମନୋରଞ୍ଜନ ମହାନ୍ତି, ଓସେଡ଼ା ଅନୁଷ୍ଠାନର ନିର୍ଦ୍ଦେଶିକା ରିଭା ମହାନ୍ତି ତଥା ବହୁ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ପିଲାମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ପୁଷ୍ପବୃକ୍ଷ ପ୍ରଦାନ ପୂର୍ବକ ଚମ୍ପିଆନ ଦଳକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କୃଷି ବିଶ୍ୱବିଦ୍ୟାଳୟର ଚମ୍ପିଆନ ଦଳ ଓୟୁଏଟିରେ ପହଞ୍ôଚବା ପରେ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ପବନ କୁମାର ଅଗ୍ରୱାଲ ତାଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଓ ଅଧ୍ୟାପକ ଅଧ୍ୟାପିକା ଓ ପିଲାମାନଙ୍କ ଗହଣରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ପିଲାମାନଙ୍କଠାରୁ ବିଭିନ୍ନ ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ କୃତକାର୍ଯ୍ୟ ହେବାର ଅଭିଜ୍ଞତା ଶୁଣିଥିଲେ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଜାତୀୟସ୍ତରରେ ଏକ ବଡ଼ ସଫଳତା ମିଳିଛି । ଗତ ୮ରୁ ୧୨ ଫେବୃୟାରୀ ମଧ୍ୟରେ ଛତିଶଗଡ଼ ରାଜ୍ୟର ରାୟପୁରଠାରେ ଆୟୋଜିତ ଜାତୀୟ ଆଗ୍ରି ୟୁନିଫେଷ୍ଟ-୨୦୨୦ରେ ଓୟୁଏଟି ଚମ୍ପିଆନ ହେବାର ସୌଭାଗ୍ୟ ଲାଭ କରିଛି । ସାରା ଦେଶରେ ପ୍ରାୟ ୭୦ଟି କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରେ ରାୟପୁରର ଇନ୍ଦିରାଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ମେଳା-୨୦୨୦ରେ ୧୮ଟି ବିଭାଗରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍କିଟ୍‌, ତର୍କ, ରଙ୍ଗୋଲି, କୋଲାଜ, ଏକକ ଅଭିନୟ, ବାଗ୍ମୀତା ଓ ସଙ୍ଗୀତରେ ପୁରସ୍କୃତ ହେବା ସହ ସାମଗ୍ରିକ ଭାବେ ସର୍ବାଗ୍ରେ ରହି ଚମ୍ପିଆନ ହୋଇ ଓଡିଶାକୁ ଗୌରବାନ୍ୱିତ କରିପାରିଛନ୍ତି । ଅଧ୍ୟାପକ ବିଜୟ କୁମାର ପାତ୍ର ଓ ଅଧ୍ୟାପିକା ସୁଷମାରାଣୀ ମାର୍ଥାଙ୍କ ତତ୍ତ୍ୱାବଧାନରେ ଓୟୁଏଟି ଅଧୀନରେ ଥିବା ରାଜ୍ୟର ବିଭିନ୍ନ କୃଷି ଓ ବୈଷୟିକ ମହାବିଦ୍ୟାଳୟରୁ ବଛା ବଛା ୨୨ ଜଣ ଛାତ୍ରଛାତ୍ରୀ କୁମାରୀ ଦିବ୍ୟସ୍ୱରୂପା ମହାନ୍ତି, ଅଭିନନ୍ଦିତା ଜେନା, ବୈକୁଣ୍ଠ ପ୍ରସାଦ ଦ୍ୱିବେଦୀ, ଦେବଦ୍ରିତା ସରକାର, ଗୌତମୀ ପାଣିଗ୍ରାହୀ, ବୈଶାଳୀ ରାଉତ, ସମର୍ପଣ ମିଶ୍ର, ନିର୍ମାଲ୍ୟ ପତି, ରିତ୍ୱିକ କୁମାର ସିଂ, ପ୍ରତୀତ ପ୍ରିୟଦର୍ଶୀ, ସାଇସନ୍ଧ୍ୟା ରାଉତ, ସଙ୍ଗୀତା ପ୍ରିୟଦର୍ଶିନୀ ସ୍ୱାଇଁ, ଲୋକନାଥ ଶାହା, ଶୁଭସଙ୍କେତ, ଅମନଜିତ୍ ପ୍ରେମସାଗର, ଶାସ୍ୱତ ସୌରଭ ପ୍ରଧାନ, ସୁରଞ୍ଜିତା ସାହୁ, ଧରିତ୍ରୀ ନାୟକ, ଶୁଭଲକ୍ଷ୍ମୀ ରଥ, ପି. ଆଞ୍ଚଲ ସୁବୁଦ୍ଧି, ଅବିନାଶ ସାହୁ, ଦେବାଶିଷ ସିଂ ପ୍ରମୁଖ ଛାତ୍ରଛାତ୍ରୀମାନେ ସଙ୍ଗୀତ ନିର୍ଦ୍ଦେଶକ ସୀତାଂଶୁ ରାଉତ, ସମରେନ୍ଦ୍ର ନାୟକ, କ୍ଷିତିନ୍ଦ୍ର କୁମାର ଦାଶଙ୍କ ସହଯୋଗରେ ଏଡି କୃତିତ୍ୱ ଅର୍ଜନ କରିଥିବାରୁ ସବୁ ମହଲରେ ସେମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ