ଚୋରା ଦେଶୀ ମଦ ସହ ୨ଗିରଫ

ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) : ଆଦର୍ଶ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ଦେଶୀ ମଦ ସହ ୨ଜଣ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଭାବେ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ସହର ଉପକଣ୍ଠସ୍ଥ ଗୁମ୍ମା ନାଳ ନିକଟରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇ ପଚରା ଉଚରା କରାଯାଇଥିଲା । ଉକ୍ତ ବ୍ୟକ୍ତି ବାଲା ବିଷୋୟୀ ପାରଳାଖେମୁଣ୍ଡି ସୁବାସନଗର ବାସିନ୍ଦା ହୋଇଥିବାବେଳେ ତାଙ୍କ ଠାରୁ ୫୦ଲିଟର ଚୋରାଦେଶୀ ମଦ ଜବତ କରାଯାଇଥିଲା ଏବଂ ସେ ବ୍ୟବହାର କରୁଥିବା ବାଇକ ଏପି୦୯ ବିଡି ୮୧୩୯କୁ ମଧ୍ୟ ପୋଲିସ ଜବତ କରିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୪୩/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏ.ଏସ୍‌.ଆଇ. ପୀତବାସ ଶତପଥି ଜଣାଇଛନ୍ତି । ସେହିପରି ପୋଲିସ ପେଟ୍ରୋଲିଂ ସମୟରେ ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ପଖୋରୀ ନିକଟରେ ଜଣକୁ ଅଟକାଇ ସନ୍ଦେହରେ ପୋଲିସ ପଚରା ଉଚରା କରିଥିଲା । ତାଙ୍କ ନିକଟରୁ ୨୦ଲିଟର ଚୋରା ଦେଶୀମଦ ଜବତ ହୋଇଥିବାବେଳେ ଅଭିଯୁକ୍ତ ଜଣକ ରବି ନାଗବଂଶ ପାରଳାଖେମୁଣ୍ଡି ରେଲ୍ଲି ସାହିର ବାସିନ୍ଦା ବୋଲି ଜଣାପଡିଛି । ଏ ସମ୍ପର୍କରେ ୪୪/୨୦ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣା କରାଯାଇଥିବା ଏ.ଏସ୍‌.ଆଇ. ପି.କେ.ତାରିଣୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ