୨୧ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୨୧ ଜଣ ଅଫିସରଙ୍କ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରିଛି । କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ପ୍ରଶାସନ) ଶିବ ନାରାୟଣ ନନ୍ଦଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡ଼ିସି)ର ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି । ଓଟିଡିସି ମହାପ୍ରବନ୍ଧକ ସନତ କୁମାର ମହାନ୍ତିଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେ ଆଦିବାସୀ ଉନ୍ନୟନ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଉଚ୍ଚଶିକ୍ଷା ପରିଷଦର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ସମବାୟ ବିଭାଗର ଯୁଗ୍ମ ସଚିବ ସୁଦର୍ଶନ ସେଠୀ ଓଡ଼ିଶା କୃଷି ବିପଣନ ବୋର୍ଡର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । କରୁଣାକର ରାଇକାଙ୍କୁ ଜଳସମ୍ପଦ ବିଭାଗ ଅଧୀନସ୍ଥ ଛେଳିଗଡ଼ା ଜଳସେଚନ ପ୍ରକଳ୍ପର ଏଲ୍ଏଓ, ସନ୍ତୋଷ କୁମାର ଦାଶଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ, ବିଶିକେଷନ ଦେହୁରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ, ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଯୁଗ୍ମ ସଚିବ, ଚିତ୍ତରଞ୍ଜନ ସାହୁଙ୍କୁ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମର ମହାପ୍ରବନ୍ଧକ, ଅରୁଣ କୁମାର ବିଶ୍ୱାଳଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନର ଯୁଗ୍ମ ନିର୍ଦ୍ଦେଶକ, ଦୋଳମଣି ପଟେଲଙ୍କୁ ଫୁଲବାଣୀ ଉପଜିଲ୍ଲାପାଳ, ସୁଚାରୁ କୁମାର ବଳଙ୍କୁ ସୋରୋର ଆନନ୍ଦପୁର ବ୍ୟ।ରେଜ୍ ପ୍ରକଳ୍ପର ସ୍ୱତନ୍ତ୍ର ଏଲ୍ଏଓ, ରୋମାଞ୍ଚଳ ଖମାରୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଉପ କମିସନର୍, ଶାନ୍ତନୁ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ, ପ୍ରତାପ ପ୍ରୀତିମୟଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ, ଆଶୁତୋଷ ସାମଲଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର୍, ପ୍ରମୋଦ କୁମାର ସାହୁଙ୍କୁ ଖୋର୍ଦ୍ଧା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଅଶୋକ କୁମାର ବେହୁରିଆଙ୍କୁ କ୍ରୀଡ଼ା ବିଭାଗର ଉପସଚିବ, ତଲତ ଆଫ୍ରିନଙ୍କୁ ଓଡ଼ିଶା ଖଣି ନିଗମର ସ୍ୱତନ୍ତ୍ର ଅଧିକାରୀ, ଅଶ୍ୱିନୀ କୁମାର ମେହେରଙ୍କୁ କ୍ରୀଡ଼ା ବିଭାଗର ଉପସଚିବ ଓ ସୁଜାତା ଶୁଭଦର୍ଶିନୀ ନାୟକଙ୍କୁ କଟକର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।


