୧୩ ମେଡିକାଲ କଲେଜ ଦାୟିତ୍ୱରେ ୧୦ ବରିଷ୍ଠ ଆଇଏଏସ୍

ଭୁବନେଶ୍ୱର : ରାଜ୍ୟର ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ରୋଗୀ ସେବାକୁ ଉନ୍ନତ କରିବା ଓ ଭିତ୍ତିଭୂମିରେ ବିକାଶ ଆଣିବା ପାଇଁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି । କେବଳ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ୍ ବ୍ୟତୀତ ଅନ୍ୟ ସମସ୍ତ ୧୩ଟି ମେଡିକାଲ କଲେଜର ସଂଯୋଜକ ଅଫିସର୍ ଭାବେ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ଦୁଇଟି ଲେଖାଏଁ କଲେଜ କଥା ବୁଝିବେ । ଏହି ୧୩ଟି କଲେଜ ଭିତରୁ ସବୁଗୁଡ଼ିକ ଏ ଯାଏ କାର୍ଯ୍ୟକ୍ଷମ ହୋଇ ନାହିଁ । ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭିମସାର୍ ଓ ସୁନ୍ଦରଗଡ଼ ମେଡିକାଲ କଲେଜ, କୃଷି ଉତ୍ପାଦନ କମିସନର୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଏମକେସିଜି ମେଡିକାଲ କଲେଜ ଏବଂ ଫକୀରମୋହନ ମେଡିକାଲ କଲେଜ ଏବଂ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ମେଡିକାଲ କଲେଜ ଓ ବଲାଙ୍ଗୀରର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଯାଜପୁର ମେଡିକାଲ କଲେଜ, ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ଅନୁଗୁଳ ମେଡିକାଲ କଲେଜ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ କେ ମୀନାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମାଙ୍କୁ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଏବଂ ପୂର୍ତ୍ତ ବିଭାଗର ସଚିବ କ୍ରିଷନ୍ କୁମାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ