୨୨ ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ । ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ । ଯେପରି ସୃଷ୍ଟିକର୍ତ୍ତା ପୃଥିବୀର ସଂରଚନା କରିଛନ୍ତି ଠିକ୍ ସେହିଭଳି କାମ ମଣିଷ କରିବାକୁ ସକ୍ଷମ ହେବ । ମଣିଷ ପାଖରେ ମଧ୍ୟ ଭଗବାନ ହେବାର କ୍ଷମତା ଦେଖାଦେବ । ଏନେଇ ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆସନ୍ତା କେତେ ଶହ ବର୍ଷ ପରେ ମଣିଷ ନିଜ ଭିତରେ ଦୈବୀଶକ୍ତି ହାସଲ କରିବାର କ୍ଷମତା ପାଇପାରିବ । ଟଙ୍କା ଦେଇ ମଣିଷ ନିଜ ମନମୁତାବକ ଶରୀର ଗଢ଼ିପାରିବ । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମଣିଷ ଭଗବାନଙ୍କ ସୃଷ୍ଟି ଏବଂ ଭଗବାନ ମଣିଷକୁ ତାଙ୍କ ହିସାବରେ ଗଢ଼ିଛନ୍ତି । ତେବେ ଏହା ଆଗାମୀ ଦିନରେ ମିଥ୍ୟାରେ ପରିଣତ ହେବ । ଆଧୁନିକ ଜ୍ଞାନକୌଶଳ ଦ୍ୱାରା ମଣିଷ ମୃତ୍ୟୁ ଉପରେ ମଧ୍ୟ ବିଜୟ ଲାଭ କରିବାକୁ ସକ୍ଷମ ହେବ । ମଣିଷ ଯେ ପର୍ଯ୍ୟନ୍ତ ଚାହିଁବ ବଞ୍ଚିବ । ଯେବେ ଚାହିଁବ ସେତେବେଳେ ଇଛା ମୃତ୍ୟୁ ଗ୍ରହଣ କରିବ । ଆଧୁନିକ ବାୟୋଟେକ୍ନୋଲୋଜି ଏବଂ ଜେନେଟିକ ଇଞ୍ଜିନିୟରିଂର ବିକାଶ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଗବେଷଣା ରିପୋର୍ଟରେ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ