୨୪ଘଣ୍ଟାରେ ୧,୬୧,୭୩୬ କରୋନା ସଂକ୍ରମିତ, ୮୭୯ ମୃତ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୧,୭୩୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୮୭୯ଜଣ ମୃତ୍ୟୁବରଣ କରିଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୬,୮୯,୪୫୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୮୭୯ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୧,୦୫୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୦,୮୫,୩୩,୦୮୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସଂକ୍ରମଣ ବଢ଼ଥିବା ସହ ଟିକାର ଅଭାବକୁ ଦେଖି ଏବେ ଭାରତରେ ଋଷର କରୋନା ଟିକା ସ୍ପୁଟନିକ-ଭିକୁ ଅନୁମତି ଦେଇଛନ୍ତି ଡିସିଜିଆଇ।


