୨୫ତମ ବାର୍ଷିକ କ୍ରୀଡା ଉଦଘାଟନ ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଛତ୍ରପୁର ଷ୍ଟାଡିୟମ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଶିଶୁ ମାନଙ୍କୁ ଉଚ୍ଚ ଶିକ୍ଷିତ ହୋଇ ଓ ଜଣେ ସଫଳ କ୍ରୀଡାବିତ୍ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥୀ ଭାବେ ପ୍ରାନ୍ତ ସଂଗୀତ ସଂଯୋଜକ ପି. ମୋହନ ରାଓ ପାତ୍ର ଯୋଗଦେଇ କୁନି କୁନି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ସଂପାଦକ ଟି.ଭେଙ୍କେଟ୍ କ୍ରିଷ୍ଣୟା, କୋଷାଧ୍ୟକ୍ଷ ଏ.ରାବଣା ରାଓ, ଉପସଭାପତି ତଥା ଆଇନଜିବୀ ପଦ୍ମ ଚରଣ ସାହୁ ଉପସ୍ଥିତ । କାର୍ଯ୍ୟକ୍ରମର ଶୁଭ ମନାସି ଗ୍ରାମ୍ୟଦେବୀ ମା ରାବଣାମ୍ମା ଠାକୁରାଣୀ ମନ୍ଦିରରୁ ଜ୍ୟୋତି ଅଣାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲ।। ପ୍ରାରମ୍ଭରେ ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


