ମା ହନୁମନ୍ତିଆଣି ଯୁବଜ୍ୟୋତି କ୍ଲବ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ମା ହନୁମନ୍ତିଆଣି ଯୁବ ଜ୍ୟୋତି କ୍ଲବ ଓ ଏଚ.ଡି.ଏଫ.ସି.ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ପୁରୁଷୋତମପୁର ପଂଚାୟତ ହାଇସ୍କୁଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ମହାନ୍ତି, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରି ସଭାପତି ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କ୍ଲବର ସଭ୍ୟ ସରୋଜ ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, ଜ୍ୟୋତିରଞ୍ଜନ ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର ଓ ଏଚ.ଡି.ଏଫ.ସି.ବ୍ୟାଙ୍କର ମ୍ୟାନେଜର (ଅପରେସନ) ଅନିଲ ଶର୍ମା ପ୍ରମୁଖ ଶିବିର ପରିଚାଳନା କରିଥିଲେ । କ୍ଲବର ସମସ୍ତ ସଭ୍ୟ, ସଭ୍ୟା, ପଂଚାୟତ ହାଇସ୍କୁଲର ଶିକ୍ଷକ ସୁରେନ୍ଦ୍ର ସାମଲ ଓ ନନ୍ଦଦୁଲାଲ ପାହାଡସିଂ ପ୍ରମୁଖ ରକ୍ତଦାନ କରିବା ସହିତ ସହଯୋଗ କରିଥିଲେ । ଏହି ଶିବିରରେ ୪୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।


