୨ ଗୋଟି ବାଲି ଟ୍ରାକ୍ଟର ଜବତ, ଚୋର ପୋଲିସ ଖେଳ ମଧ୍ୟରେ ଖସିଗଲେ କିଛି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ତେସିଂଗା ପଞ୍ଚାୟତ ଓଳୋ ଗ୍ରାମ ଠାରୁ ଦୁଇ ଗୋଟି ବେଆଇନ ବାଲି ଟ୍ରାକ୍ଟର ଜବତ କରାଯାଇଛି | ଭାରପ୍ରାପ୍ତ ଥାନାଅଧିକାରୀ ମୃତୁୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଭୋର ସମୟରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଉଥିଲା । ବୈତରଣୀ ନଦୀର ଝୁଟଣା ଠାରୁ ଅନେକଗୁଡ଼ିଏ ଟ୍ରାକ୍ଟର ବେଆଇନ ବାଲି ନେଇ ଆସୁଥିବା ବେଳେ ୨ ଗୋଟି ଗାଡି ପୋଲିସ ହାବୁଡ଼ରେ ପଡ଼ିଥିଲେ । ଚୋର ପୋଲିସ ଧାଁ ଦୋୖଡ ମଧ୍ୟରେ ଅନ୍ୟ ଟ୍ରାକ୍ଟର ଖସିଯିବାକୁ ସକ୍ଷମ ହୋଇଥିଲା । ଏପରିକି ବେଆଇନ ଗାଡି ଗୁଡିକ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଯିବାକୁ ଉଦ୍ୟମ କରିଥିବା ପ୍ରତକ୍ଷ ଦର୍ଶିକ୍ ଠାରୁ ସୂଚନା ମିଳିଛି |


