୩ ନକଲି ମାଓବାଦୀ ଗିରଫ
କୋରାପୁଟ, କୋରାପୁଟ ଜିଲ୍ଲା ନାରାୟଣପୁର ଅଂଚଳରୁ ୩ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ ଦୀର୍ଘ ଦିନ ଧରି ଲୋକମାନଙ୍କୁ ଡରାଇବା ସହ ଧମକ ଚମକ ଦେଇ ନିଜକୁ ମାଓବାଦୀର ପରିଚୟ ଦେଇ ଦୀର୍ଘଦିନ ଧରି ନାରାୟଣପୁର ଓ ଏହାର ଆଖପାଖ ଅଂଚଳରୁ ଦାଦାବଟି ଆଦାୟ କରୁଥିଲେ । ୩ ଜଣ ଦାଦାବଟି ମାଗୁଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଗ୍ରାମରେ ପହଞ୍ଚି ୩ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ମାଓବାଦୀ ମାନଙ୍କ ପରିଚୟ ହେଲା ଜୁନେଶ କୌଶଳା, ବାସୁଦେବ ପାଙ୍ଗି ଓ ସୁର ତାଡିଙ୍ଗି। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।


