ବୋଡା ନଦୀରେ ସେତୁ ନିର୍ମାଣ ଦାବୀ

ବେଲଗୁଣ୍ଠା, ( ଯୁଗାବ୍ଦ ନ୍ୟୁଜ୍) : ବୋଡା ନଦୀରେ ସେତୁ ନିର୍ମାଣ ପାଇଁ ହୋଇଥିବା ନିର୍ମାଣାଧିନ ରାସ୍ତା ବିଗତ ବର୍ଷା ବନ୍ୟା ଜଳରେ ଭାସିଯାଇଥିବା ବେଳେ ଲୋକମାନେନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । କିନ୍ତୁ ଲୋକମାନଙ୍କର ସୁବିଧା ପାଇଁ ସହଯୋଗର ହାତ ବଢାଇଥିଲେ ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ନିଜସ୍ୱ ସମ୍ବଳରୁ ସିମେଣ୍ଟ ଖୁଣ୍ଟ ପକାଇ ନଦୀ ପାର ହେବା ପାଇଁ ଏକ ପାଦ ଚଲା ରାସ୍ତା ନିର୍ମାଣ କରିଥିଲେ । ଆଜି ପୁଣୀ ବୋଡା ନଦୀରେ ପୁଣି ଜଳସ୍ତର ବୃଦ୍ଧି ପାଇବାରୁ ସରପଞ୍ଚଙ୍କ ଦ୍ୱାରା ନିର୍ମିତ ପାଦଚଲା ରାସ୍ତାଟି ମଧ୍ୟ ଭାସିଯାଇଥିଲା ।ଏହାପରେ ଉଭୟ ପଟୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ଶହ ଶହ ଲୋକ ଜମା ହୋଇଥିଲେ । କିଛି ଦିନ ତଳେ ଡାଇଭର୍ସନ ଭାସିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦେଖା ମିଳିନଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।ଏହି ନଦୀ ଉପରେ ସେତୁ ନିର୍ମାଣ ପାଇଁ କାର‌୍ୟ୍ୟାଦେଶ ପାଇଥିବା ଠିକା ସଂସ୍ଥା ଉଭୟ ପଟେ ଦିଆଯାଇଥିବା ପଥର କାନ୍ଥକୁ ଭାଙ୍ଗି ଦେବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ୨୪ଘଣ୍ଟା ମଧ୍ୟରେ ଅସ୍ଥାୟୀ ଡାଇଭର୍ସନ ରାସ୍ତା ନିର୍ମାଣ କରାଗଲେ ବେଲଗୁଣ୍ଠା-ଭୁବନେଶ୍ୱର ରାସ୍ତା ଅବରୋଧ କରି ଧାରଣା ଦିଆଯିବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ