୪ର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ୧୦ ରୁପାନ୍ତରଣ ବିଦ୍ୟାଳୟର ଶୁଭ ଉଦଘାଟନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୁପାନ୍ତରଣରେ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ୫ଟି ସୁତ୍ରପାତ ଆଧାରରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ୪୮ଟି ଉଚ୍ଚ ବିଦ୍ୟାଳୟ ଓ ୨ଟି ଆଦର୍ଶ ବିଦ୍ୟାଳୟର ରୁପାନ୍ତରୀଣ କାର୍ଯ୍ୟକ୍ରମ ଅନୁଯାୟୀ ସଂପନ୍ନ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ଶନିବାର ଉଭୟ ବ୍ଳକର ୧୦ଟି ଉଚ୍ଚ ବିଦ୍ୟାଳୟକୁ ଲୋକାର୍ପିତ କରିଛନ୍ତି ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୧୦ଟି ଉଚ୍ଚ ବିଦ୍ୟାଳୟରେ ଶନିବାର ଏକ ବର୍ଣ୍ଣାଢ ପରିବେଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକାର୍ପିତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଧାୟକ ଓ ମନ୍ତ୍ରୀ ଗଣ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ହିଞ୍ଜିଳିରେ ଏ ବିଦ୍ୟାଳୟ ରୁପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ । ବର୍ତ୍ତମାନର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ । ବର୍ତ୍ତମାନର ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ । ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ , ଏରୁପାନ୍ତର ଓଡ଼ିଶାର ଭବିଷ୍ୟତକୁ ଉଜ୍ଜଳ କରିବ, ଓଡ଼ିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଡିବାର ପ୍ରକୃଷ୍ଠ ସମୟ । ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ ରାଜ୍ୟ ଓ ଦେଶର ଭବିଷ୍ୟତ ଉଜ୍ଜଳ ହେବ । ଉଜ୍ଜଳ ଭବିଷ୍ୟତ ସକାଶେ ଶିକ୍ଷାର୍ଥୀ ମାନେ ସ୍ୱପ୍ନ ଦେଖିବା ସହ ସାକାର କରିବା ପାଇଁ କଠୋର ପରିଶ୍ରମ କରିବାର ଏକାନ୍ତ ଆବଶ୍ୟକ । ଚଳିତ ଶିଶୁ ଦିବସରେ ଲୋକାର୍ପିତ ହେବ ରାଜ୍ୟର ୧୦୭୦ଟି ରୁପାନ୍ତର ବିଦ୍ୟାଳୟ ବୋଲି ୫ଟି ସଚିବ ଭି.କେ. ପାଣ୍‌ଡ଼ିୟାନ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ୫ଟି ସଚିବ ଭି.କେ.ପାଣ୍ଡିୟାନ ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତିଥି ଭାବେ ଅନୁସୂଚିତ ଜାତି, ଉପଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ତଥା ବିଶମକଟକ ବିଧାୟକ ଜଗନ୍ନାଥ ସାରକ, ପଂଚାୟତ ଉଚ୍ଚ ବିଦ୍ୟାଳୟ ଦୁର୍ବନ୍ଧରେ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ କଂଟାମାଳ ବିଧାୟକ ମହିଧର ରଣା, ଉଦୟନାଥ ଉଚ୍ଚ ବିଦ୍ୟାଳୟ, ସିକିରିରେ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଓ ଧର୍ମଗଡ଼ ବିଧାୟକ ମୌସଧୀ ବାଗ୍ , ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଳକୃଷ୍ଣପୁରରେ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରଧର କଅଁର ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ନନ୍ଦିକ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚି ନାୟକ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗୋପଯୋଗୀ କାର୍ଯ୍ୟ ଏବଂ ୫ଟି ସଚିବଙ୍କ ବିଦ୍ୟାଳୟ ରୁପାନ୍ତଋଚ୍ଚ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ଏଏଡ଼ିଏମ ଲିନା କୁମାରୀ ଖେସ୍‌, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି,ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ବିଜେଡ଼ି ଉପସଭାପତି ଡ଼ି. ବିଶ୍ୱନାଥ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ବିଇଓ ଏସ ଗିରିଧର, ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ରବି ନାରାୟଣ ବେହେରା, , ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପବିତ୍ର ମୋହନ ପାଣିଗ୍ରାହୀ, ଶିବରାମ ଗଉଡ଼, ସୁବାଷ ଚନ୍ଦ୍ର ପୋଲାଇ, ସଞ୍ଜୟ ପଣ୍ଡାଙ୍କ ସମେତ ସଂରପଚ, ରଞ୍ଜୁ ବେହେରା, ରୋହିତ ପ୍ରଧାନ, ରାମହରି ଶର୍ମା, ଲିଲିମାଳା ପ୍ରଧାନ, ମାଧୁରୀ ପାଣିଗ୍ରାହୀ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷାର୍ଥୀ, ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ