୭ ସେପ୍ଟେମ୍ବରରେ ଶିକ୍ଷକ ପର୍ବର ଉଦ୍ଘାଟନୀ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ସେପ୍ଟେମ୍ବର ଦିନ ସକାଳ ୧୧ଟାରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶିକ୍ଷକ ପର୍ବର ଉଦ୍ଘାଟନୀ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଆରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ଭାରତୀୟ ସାଂକେତିକ ଭାଷା ଅଭିଧାନ (ଶ୍ରବଣ ଦୁର୍ବଳଙ୍କ ପାଇଁ ଅଡ଼ିଓ ଏବଂ ଅନ୍ତର୍ନିହିତ ପାଠ ଭିଡ଼ିଓ, ୟୁନିଭରସାଲ ଜ୍ଞାନର ଡିଜାଇନ ଅନୁଯାୟୀ),କଥିତ ପୁସ୍ତକ (ଦୃଷ୍ଟିହୀନଙ୍କ ପାଇଁ ଅଡ଼ିଓ ବହି) ସିବିଏସଇର ବିଦ୍ୟାଳୟ ଗୁଣବତା ନିଶ୍ଚିତତା ଏବଂ ମୂଲ୍ୟାଙ୍କନ ରୂପରେଖ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଶୁଭାରମ୍ଭ କରିବେ ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଶିକ୍ଷକ ପର୍ବ ୨୦୨୧ର ବିଷୟବସ୍ତୁ ହେଉଛି ଗୁଣବତା ଏବଂ ସ୍ଥାୟୀ ବିଦ୍ୟାଳୟ, ଭାରତର ବିଦ୍ୟାଳୟ ଗୁଡ଼ିକରୁ ଜ୍ଞାନ ଆହରଣ । ଏହି ସମ୍ମିଳନୀ କେବଳ ସମସ୍ତ ସ୍ତରରେ ଶିକ୍ଷାର ନିରନ୍ତରତାକୁ ସୁନିଶଚିତ କରିବା ପାଇଁ ନୁହେଁ, ବରଂ ଦେଶର ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ, ଅନ୍ର୍ଭୁକ୍ତ ଅଭ୍ୟାସ ଏବଂ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଅଭିନବ ଉପାୟକୁ ଉତ୍ସାହିତ କରିବ ।


