୮ ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁୁରକ୍ଷା ବିଭାଗ ଅଧୀନରେ ଓଡିଶା ଭିନ୍ନକ୍ଷମ ପୁନର୍ବାସ ସେବା (ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ମାନଙ୍କର କର୍ମଚାରୀ ଚୟନ ଓ ଚାକିରୀ ସର୍ତାବଳୀ) ନିମ ୨୦୨୧ କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହା ଅନୁଯାୟୀ ରାଜ୍ୟର ୮ଟି ଜିଲ୍ଲା – ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ , କୋରାପୁଟ, ମୟୁରଭଂଜ, ଗଂଜାମ ଓ ନବରଙ୍ଗପୁର ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି । ଏହି କେନ୍ଦ୍ରମାନଙ୍କରେ ବର୍ତମାନ କାର୍ଯ୍ୟରତ ୩୭ ଜଣ ପୁନର୍ବାସ କର୍ମଚାରୀମାନଙ୍କୁ ମଧ୍ୟ ଏହି ନୂତନ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ