୯ ବର୍ଷ ପରେ ମା କୋଳକୁ ଫେରିଲା ପୁଅ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ୨୦୧୦ ମସିହାରେ ପରିବାର ପ୍ରତିପୋଷଣ ସକାଶେ ବାହାର ଜିଲ୍ଲାକୁ କାମ କରିବାକୁ ଯାଇଥିଲେ । ଘରୁ ବାହାରକୁ ଯିବାର ୪ବର୍ଷ ପର‌୍ୟ୍ୟନ୍ତ ପରିବାର ସହ ସମ୍ପର୍କ ରହିଥିବା ବେଳେ ୪ ବର୍ଷ ପରେ ଅର୍ଥାତ ୨୦୧୪ ମସିହା ପରଠାରୁ ଯୁବକଙ୍କ ସହ ପରିବାର ସହ ସମ୍ପର୍କ ଛିନ୍ନ ହୋଇଥିଲା । ପରବର୍ତି ସମୟରେ ୨ଜଣ ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ପୁଅର ମୃତ୍ୟୁ ଖବର ଶୁଣିବା ପରେ ପରିବାରରେ ଖେଳି ଯାଇଥିଲା ବିଷାଦ । ଦୁଃଖରେ ମିୟମ୍ରାଣ ହୋଇ ହିନ୍ଦୁ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିଥିଲେ । ପରେ ବର୍ଷକୁ ବର୍ଷ ଶ୍ରାଦ୍ଧ ମଧ୍ୟ କରି ଆସୁଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ଶୁକ୍ରବାର ରାତିରେ ହଠାତ୍ ଘରକୁ ଫେରିଥିଲେ ମୃତ ଭାବିଥିବା ପୁଅ । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳରେ ଦେଖିବାକୁ ମିଳିଛି । ପୁଅ ଘରକୁ ଫେରିବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରକାଶ ଯେ, ଗଂଜାମ ଜିଲ୍ଲା ହିଂଜିଳିକାଟୁ ପୌରାଂଚଳ ୨ନଂ ୱାର୍ଡ଼ ଭକ୍ତମାର୍ଗ ବାସିନ୍ଦା ଉର୍ମିଳା ମୁନୀଙ୍କ ୩ପୁଅ ଓ ଗୋଟିଏ ଝିଅକୁ ନେଇ ହସଖୁସିରେ ଚାଲିଥିଲା ସଂସାର । ଗତ ୨୦୧୦ ମସିହା ଅକ୍ଟୋବର ମାସରେ ପରିବାର ପ୍ରତିପୋଷଣ ଲାଗି ଉର୍ମିଳାଙ୍କ ୨ୟ ପୁଅ ଅନିଳ (୩୦) ଅର୍ଥ ଉପାର୍ଜନ ସକାଶେ ପୁରୀ ସହରକୁ ଯାଇଥିଲେ । ପରବର୍ତି ସମୟରେ କଟକ ସହରକୁ ଯାଇଥିଲେ । ୨୦୧୪ ମସିହାରେ ପିତାଙ୍କ ଶ୍ରାଦ୍ଧ କରିବା ଲାଗି ଫୋନ ଯୋଗେ ପରିବାର ସଦସ୍ୟଙ୍କୁ ପୁରୀ ଆସିବା ପାଇଁ କହିଥିଲେ । ହେଲେ ପରିବାର ସଦସ୍ୟ ପିତାଙ୍କ ଶ୍ରାଦ୍ଧ ପୁରୀ ମନ୍ଦିରରେ ନକରି ପୈତୃକ ବାସଭବନରେ କରିବା ଲାଗି ପୁଅଙ୍କୁ କହିଥିଲେ । ଘଟଣାର ୨ ଦିନ ପରେ ମା’ ଉର୍ମିଳା, ପୁଅ ଅନିଳ ସହ କଥା ହେବା ଲାଗି କାମ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଫୋନ କରିଥିଲେ । ମାତ୍ର ଗୋଟାଏ ଦିନ ପୂର୍ବରୁ ଏଠାରେ କାମ ଛାଡ଼ି କଟକ ଚାଲି ଯାଇଥିବା ବ୍ୟକ୍ତି ଜଣକ କହିଥିଲେ । କଟକ ସହରରେ କାମ କରୁଥିବା ସ୍ଥାନର ଫୋନ ନମ୍ବର ମାଗିବାରୁ ବ୍ୟକ୍ତି ଜଣକ ନଥିବା ନେଇ ଜଣାଇଥିଲେ । ହେଲେ ଏହାର କିଛି ଦିନ ପରେ କଟକରୁ ୨ ଜଣ ଅଚିହ୍ନା ବ୍ୟକ୍ତି ଉର୍ମିଳାଙ୍କ ବାସଭବନକୁ ଆସି ଅନିଳର ମୃତ୍ୟୁ ହୋଇଥିବା ନେଇ ଦୁଃଖଦ ଖବର ଦେବା ସହ ଶବଦାହ କରିଦେଇଥିବା ଜଣାଇଥିଲେ । ଘଟଣାର ସତ୍ୟତା ନେଇ ପରିବାର ସଦସ୍ୟ ଅନିଳଙ୍କ ସହ ସମ୍ପର୍କ କରିଥିଲେ ଏବଂ କଟକ ସହରରେ ଖୋଜିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ସେବେଠାରୁ ପୁଅ ଅନିଳ ମୃତ ଭାବି ବର୍ଷକୁ ବର୍ଷ ଶ୍ରାଦ୍ଧ କରି ଆସୁଥିଲେ । ହେଲେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶୁକ୍ରବାର ରାତିରେ ଘରକୁ ଫେରିଥିଲେ ଅନିଳ । ପୁଅ ଘରକୁ ଫେରିବା ପରେ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ